ମାନସ ଦାସଙ୍କୁ ଉଠାଇ ନେଲା ଖୋର୍ଦ୍ଧା ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ଖୋର୍ଦ୍ଧା ପୁଲିସ ଘରୁ ଉଠାଇ ନେଇଛି। ମାନସଙ୍କ ନାଁରେ ହତ୍ୟା ଉଦ୍ୟମ ଓ ହତ୍ୟା ଧମକ ଆଦି ଅଭିଯୋଗ ଥିଲା। ଲୋକଙ୍କୁ ଅକଥନୀୟ ଅତ୍ୟାଚାର ଦେଇଥିବା ଅଭିଯୋଗ ମଧ୍ୟ ରହିଛି। ନିକଟରେ ଜଣେ ବାପା ଓ ପୁଅଙ୍କୁ ଉଠାଇ ନେଇ ଘରେ ପୂରାଇ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେଣୁ ଏକାଧିକ ଅଭିଯୋଗକୁ  ଭିତ୍ତି କରି ଆଜି ପୁଲିସ ମାନସଙ୍କୁ ତାଙ୍କ ସହିଦନଗରସ୍ଥିତ ଘରୁ ଉଠାଇ ନେଇଛି।