କୋଇଲା ଦୁର୍ନୀତି ମାମଲା: ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀଙ୍କୁ ଇଡ଼ିର ସମନ

ନୂଆଦିଲ୍ଲୀ,ଏଜେନ୍ସି: କୋଇଲା ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତୃଣମୁଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଭଣଜା ତଥା ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀଙ୍କୁ ଆଗାମୀ ସପ୍ତାହରେ ରୁଜିରାଙ୍କୁ ଡକାଇଛନ୍ତି। ଆସନ୍ତା ସପ୍ତାହରେ ପଚରାଉଚରା ପାଇଁ ଦମ୍ପତୀଙ୍କୁ ନିକଟରେ ହାଜର ହେବାକୁ ଇଡି କହିଛି।

ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ମାସରେ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା। ତେବେ ସେମାନେ ପଶ୍ଚିମବଙ୍ଗରେ ରହୁଥିବାରୁ ସେମାନଙ୍କୁ ଦିଲ୍ଲୀରେ ହାଜର ହେବାକୁ ଡକାଯିବା ଉଚ୍ଚିତ୍ ନୁହେଁ ବୋଲି ଉଭୟେ କୋର୍ଟରେ ଆବେଦନ କରିଥିଲେ। ପରେ ବାନାର୍ଜୀଙ୍କୁ ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା।

କୋଇଲା ଚୋରି ଅଭିଯୋଗରେ ୨୦୨୦ ମସିହା ନଭେମ୍ବର ମାସରେ କିିଛି ଅଞ୍ଚଳରେ ବେଆଇନ ଖଣି ଏବଂ ପରିବହନ ସହ ଜଡ଼ିତ ଏକ ମାମଲା ସିବିଆଇ ପଞ୍ଜିକୃତ କରିଥିଲା। ଲିଜ୍ ଅଞ୍ଚଳରେ ବେଆଇ କୋଇଲା ଖଣି ଏବଂ ଏହାର ପରିବହନ ହେଉଥିବା ଖବର ସିବିଆଇ ପାଇଥିଲା।

ଏହା ପରେ ବହୁ ପରିମାଣର କୋଇଲା ଜବତ କରାଯାଇଥିଲା। ସିବିଆଇ ଘରୋଇ କମ୍ପାନୀ କର୍ମଚାରୀଙ୍କ ସମେତ ରେଳବାଇ ଏବଂ ସିଏସ୍‌ଏଫ୍ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାକୁ ଭିତ୍ତି କରି ଇଡି ଟଙ୍କା ଲଣ୍ଡରିଂ ମାମଲା ଦାଖଲ କରିଛି। ଏଥିରେ କୋଟି କୋଟି ଟଙ୍କାର କୋଇଲା ଚୋରି ହେବାର ଅଭିଯୋଗ ରହିଛି।