ଆଜି ଶପଥ ନେବେ ମମତା ବାନାର୍ଜୀଙ୍କ ସମେତ ୨ ନବନିର୍ବାଚିତ ବିଧାୟକ

କୋଲକାତା,ଏଜେନ୍ସି: ଆଜି ଶପଥ ନେବେ କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭବାନୀପୁରର ବିଧାୟିକା ଭାବେ ଶପଥ ନେବେ ମମତା। ରାଜ୍ୟପାଳ ଜଗଦୀପ ଧନଖରଙ୍କ ଉପସ୍ଥିତିରେ ଶପଥ ନେବେ ଉପନିର୍ବାଚନରେ ପଶ୍ଚିମବଙ୍ଗର ନବନିର୍ବାଚିତ ୩ ବିଧାୟକ।

ଆଜି ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅମରିଲା ଇସଲାମ ଏବଂ ଜାକିର ହୁସେନ ଶପଥ ଗ୍ରହଣ କରିବେ। ତେବେ ରାଜ୍ୟର ୩ ବିଧାନସଭା ଆସନ ଖାଲି ପଡିଥିବାରୁ ଗତ ୩୦ରେ ଉପନିର୍ବାଚନ ହୋଇଥିଲା। ଭବାନୀପୁର, ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଉପନିର୍ବାଚନ ହୋଇଥିଲା। ସାଧାରଣ ନିର୍ବାଚନରେ ପରାଜୟ ବରଣ କରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପନିର୍ବାଚନରେ ଭବାନୀପୁର ଆସନରୁ ନିର୍ବାଚନ ଲଢିଥିଲେ। ବିପକ୍ଷ ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୫୮ ହଜାର ଭୋଟରେ ପରାଜିତ କରି ବିଧାୟିକା ହେବା ସାଙ୍ଗକୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖି ପାରିଛନ୍ତି। ସେହିପରି ଅନ୍ୟ ଦୁଇ ନିର୍ବାଚନ ମଣ୍ଡଳୀରୁ ମଧ୍ୟ ତୃଣମୂଳ କଂଗ୍ରେସର ୨ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ସେମାନେ ମଧ୍ୟ ଆଜି ଶପଥ ଗ୍ରହଣ କରିବେ।