ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ ୟୁକେ ହାଇକୋର୍ଟ

  • ନୂଆଦିଲ୍ଲୀ: ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଜବତ ଲାଗି ବାଟ ଫିଟିଲା। ୟୁକେ ହାଇକୋର୍ଟ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ। ଏନେଇ ମାମଲା ଚାଲିଥିଲା। ବିଶ୍ୱରେ ଥିବା ମାଲ୍ୟାଙ୍କ ସମସ୍ତ ସମ୍ପତ୍ତି ଜବତ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହିସବୁ ସମ୍ପତ୍ତି ଜବତ କରିବା ପାଇଁ ୟୁକେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପତ୍ତି ଜବତ ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକୁ ଅନୁମତି ମିଳିଛି।