ଆମେରିକାକୁ ଚିନ୍ତାରେ ପକାଇଲା ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ

ୱାଶିଂଟନ୍: ଭାରତର ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଆମେରିକାକୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଲାଗୁଛି କି, ଯଦି ଭାରତ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଉପରେ ଅଧିକ ଜୋର ଦିଏ ତେବେ ଦ୍ୱିପାକ୍ଷିକ ବ୍ୟାପାର ପ୍ରଭାବିତ ହୋଇପାରେ। ବାଇଡେନ ପ୍ରଶାସନ ଆମେରିକା କଂଗ୍ରେସକୁ କହିଛି ଯେ, ଭାରତ ସରକାରଙ୍କ ଏହି ନୀତି ଆମେରିକା-ଭାରତ ଦ୍ୱିପାକ୍ଷିକ ବ୍ୟାପାର କ୍ଷେତ୍ରରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ଦେଉଛି। ମୋଦୀ ଚାହୁଛନ୍ତି କି ଭାରତ ପ୍ରତ୍ୟେକଟି କ୍ଷେତ୍ରରେ ନିଜର ଦବଦବା ବଜାୟ ରଖୁ ।