କଙ୍ଗନାଙ୍କ ଫିଲ୍ମରେ ମହିମା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଆଗାମୀ ଫିଲ୍ମ ‘ଇମରଜେନ୍ସୀ’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଉକ୍ତ ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ବର୍ତ୍ତମାନ ସୁଦ୍ଧା ଅନୁପମ ଖେର ଓ ଶ୍ରେୟସ ତଲପଡ଼େଙ୍କ ଭଳି ବଡ଼ ଅଭିନେତା ସାମିଲ ହୋଇ ସାରିଛନ୍ତି । ଆଉ ଏବେ ଅଭିନେତ୍ରୀ ମହିମା ଚୌଧୁରୀ ମଧ୍ୟ ଫିଲ୍ମରେ ଏଣ୍ଟ୍ରି ମାରିଛନ୍ତି । ଫିଲ୍ମରେ ମହିମାଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ମହିମା ଫିଲ୍ମରେ ପୁପୁଲ ଜୟାକରଙ୍କ ଭୂମିକାରେ ନଜର ଆସିବେ ଯିଏକି ଭାରତୀୟ ସାଂସ୍କୃତିକ କାର୍ଯ୍ୟକର୍ତ୍ତା ଓ ଲେଖିକା ଥିଲେ । ଇନଷ୍ଟାଗ୍ରାମରେ ମହିମା ନିଜ ଲୁକର ଫଟୋ ସେୟାର କରି କଙ୍ଗନାଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ପୁପୁଲ ଜୟାକର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପିଲାଦିନର ବନ୍ଧୁ ଥିଲେ । ଏଥିସହିତ ପୁପୁଲଙ୍କର ଜବାହାରଲାଲ ନେହେରୁ ଓ ରାଜୀବ ଗାନ୍ଧୀଙ୍କ ସହ ମଧ୍ୟ ଭଲ ସମ୍ବନ୍ଧ ଥିଲା । ସମାଜ ସେବା ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।