ଧୋନିଙ୍କ ଝିଅକୁ ଅଶ୍ଳୀଳ ମନ୍ତବ୍ୟ ପରେ ବଢିଲା ସୁରକ୍ଷା

ରାଞ୍ଚି, ଏଜେନ୍ସି : ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଚଳିତ ଆଇପିଏଲ୍‌ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଛି। ଏନେଇ ସୋସିଆଲ ମିଡିଆରେ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି।  କିଛି ସୋସିଆଲ  ମିଡିଆ ୟୁଜର ଧୋନିଙ୍କ ବିଫଳତା ପାଇଁ ତାଙ୍କର ୫ ବର୍ଷର ଝିଅ ଜିଭା ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି। ଯାହା ପରେ ଧୋନିଙ୍କ ରାଞ୍ଚିସ୍ଥିତ ଫାର୍ମ ହାଉସରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଆଇପିଏଲରେ ଧୋନିଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଲଗାତର ପରାଜୟର ସାମ୍ନା କରୁଛି। ଏହି କାରଣରୁ  ଧୋନିଙ୍କୁ ବିଭିନ୍ନ ପ୍ରକାରର ଧମକ ମଧ୍ୟ ମିଳୁଛି।  ଜଣେ ୟୁଜର ଧୋନିଙ୍କ ଝିଅକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି। ଏହି ଅଶ୍ଳୀଳ ମନ୍ତବ୍ୟ ପରେ ଖେଳଠାରୁ ଆରମ୍ଭ କରି ସିନେମା ଜଗତ ସମେତ ପୂରାଦେଶ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।