କୋଭିଡ କଟକଣାରେ ପାଳନ ହେବ ମହାଶିବରାତ୍ରି, ନୀତି ନିର୍ଘଣ୍ଟ

ଭୁବନେଶ୍ବର,ଏନ୍ଏନ୍ଏସ୍: ଏଥର ମଧ୍ୟ କୋଭିଡ କଟକଣାରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ନେଇ ଟ୍ରଷ୍ଟ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ। ଟ୍ରଷ୍ଟବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି(ଶୁକ୍ରବାର) ବସିଥିଲା ବୈଠକ।

ଏଥର ମଧ୍ୟ ଗତବର୍ଷ ଭଳି କୋଭିଡ କଟକଣାରେ ଶିବରାତ୍ରି ପାଳନ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ। ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଚୁଡାନ୍ତ କଲା ଟ୍ରଷ୍ଟବୋର୍ଡ । ନିଯୋଗମାନଙ୍କ ଦାବି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଏନେଇ ଆଲୋଚନା କରି ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି।

ତେବେ ଏଥର ଭକ୍ତଙ୍କ ପ୍ରବେଶ ନେଇ ଆଗକୁ ପୁଣିଥରେ ଆଲୋଚନା ହେବ। ଏହାପରେ ନିଷ୍ପତ୍ତି ନିଆଯିବ। ଆଜି ବସିଥିବା ବୈଠକରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଏବଂ ଟ୍ରଷ୍ଟବୋର୍ଡର ସଦସ୍ୟମାନେ ଉପସ୍ଥିତ ଥିଲେ।