୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ

ମହାରାଷ୍ଟ୍ର : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦେଶମୁଖଙ୍କ ତରଫରୁ ଜେଲକୁ ଘର ଖାଦ୍ୟ ପଠାଇବା ପାଇଁ ଆବେଦନ କରାଯାଇଥିଲା। କୋର୍ଟ ପକ୍ଷରୁ କୁହାଯାଇଛି ଯେ, ପ୍ରଥମେ ଆପଣ ଜେଲ ଖାଦ୍ୟ ଖାଆନ୍ତୁ ଯଦି ତାହା ଠିକ୍ ନରୁହେ ତେବେ ବିଚାର କରାଯିବ। ଏଥିସହିତ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ବେଡ ପାଇଁ ଦାବି କରାଯାଇଥିଲା ଯାହାକୁ କୋର୍ଟ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ଭ୍ରଷ୍ଟାଚାର ଓ ଅଧିକାରିକ ପଦର ଦୂରୁପଯୋଗ ଅଭିଯୋଗରେ ଏପ୍ରିଲ ୨୧ ତାରିଖରେ ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଦ୍ୱାରା ମାମଲା ଦାୟର ହୋଇଥିଲା। ପରେ ଦେଶମୁଖ ଓ ତାଙ୍କ ସହଯୋଗୀଙ୍କ ଯାଞ୍ଚ ଆରମ୍ଭ ହୋଇଥିଲା। ଇଡ଼ି ପ୍ରଥମେ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ କରୁଥିବା ସଞ୍ଜୀବ ପଲାନ୍ଦେ ଓ ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଦେଙ୍କୁ ଗିରଫ କରିଥିଲା। ଆଉ ନଭେମ୍ବର ୨ ତାରିଖରେ ଅନୀଲ ଦେଶମୁଖଙ୍କୁ ଗିରଫ କରାଯାଇଥିଲା।