ମାହାଙ୍ଗା ଡବଲ ମର୍ଡର ଘଟଣା: ୫ ଅଭିଯୁକ୍ତ କୋର୍ଟଚାଲାଣ

କୋଠପଦା, ମାହାଙ୍ଗା , ଏନ୍ଏନ୍ଏସ୍: ମାହାଙ୍ଗା ଡବଲ ମର୍ଡର ଘଟଣାର ଅନ୍ୟ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ମଙ୍ଗଳବାର ରାତିରେ ଭୁବନେଶ୍ୱରରେ ଚଢ଼ଉ କରି ଗିରଫ ଅରବିନ୍ଦ ଖଟୁଆଙ୍କ ପିତା କୈଳାସ ଖଟୁଆକୁ ଗିରଫ କରିଥିବା ଜଣାଯାଇଛି। ଏହି ଘଟଣାର ଅନ୍ୟ ୪ ଅଭିଯୁକ୍ତଙ୍କୁ ଗତ ସୋମବାର ରାତିରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରିଥିଲା। ଏପର୍ଯ୍ୟନ୍ତ ୫ଜଣ ଅଭିଯୁକ୍ତଙ୍କୁ ହତ୍ୟା ଘଟଣାରେ ପୁଲିସ ଗିରଫ କରିଛି। ଏଥିସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜୋରଦାର ଚାଲିଥିବା ପୁଲିସ ସୂଚନା ଦେଇଛି।

ତେବେ ଗିରଫ ହୋଇଥିବା ଅରବିନ୍ଦ ହତ୍ୟାକାଣ୍ଡ ପୂର୍ବରୁ ମୃତ କୁଳମଣି ଓ ଦିବ୍ୟସିଂହଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖି ଖବର ଦିଆନିଆ କରିଥିବା ତଦନ୍ତ ବେଳେ ଜଣାପଡିଛି। ଆଜି ହତ୍ୟାକାଣ୍ଡ ଘଟଣାରେ ସମସ୍ତ ଅଭିଯୁକ୍ତ ପଞ୍ଚାନନ ସେଠୀ (୨୮), ଅରବିନ୍ଦ ଖଟୁଆ(ଅରୁ ୨୭), କ୍ଷିତିଶ ଆଚାର୍ଯ୍ୟ (୪୫) , ଲଳିତମୋହନ ବରାଳ(୭୫) ଓ କୈଳାସ ଖଟୁଆଙ୍କ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କଡା ସୁରକ୍ଷା ବଳୟ ଭିତରେ ନେଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କୋଭିଡ ଟେଷ୍ଟ କରାଇଥିଲେ। ତେବେ ଏହି ଟେଷ୍ଟରେ ସମସ୍ତ ଅଭିଯୁକ୍ତଙ୍କର ନେଗେଟିଭ ବାହାରିଥିବା ଜଣାଯାଇଛି। ଆଜି ସନ୍ଧ୍ୟାରେ ସମସ୍ତ ଅଭିଯୁକ୍ତମାନଙ୍କୁ ସାଲେପୁର ସବଡିଭିଜିନାଲ କୋର୍ଟକୁଚାଲାଣ କରାଯାଇଥିବା ଆଇଆଇସି ରଞ୍ଜନ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସପିବି ଯୁଗଳ କିଶୋର ପ୍ରକାଶ କରିଛନ୍ତି।