ବାୟୁସେନାରେ ୫ଟି ଲଢ଼ୁଆ ବିମାନ ଏଣ୍ଟ୍ରି ନେଇ ଧୋନୀ ଉତ୍ସାହିତ

ନୂଆଦିଲ୍ଲୀ: ଲଦାଖରେ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ଆଜି ୫ଟି ରାଫେଲ ଲଢ଼ୁଆ ବିମାନ ଅମ୍ବାଲା ଏୟାରବେସରେ ଔପଚାରିକ ରୂପେ ବାୟୁସେନାରେ ସାମିଲ ହୋଇଛି। ଏହି ଅବସରରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଓ ସେନାର ଲେଫ୍ଟନାଣ୍ଟ ଜେନେରାଲ ପଦରେ ନିଯୁକ୍ତ ଥିବା ମହେନ୍ଦ୍ର ସିଂ ଧୋନୀ ଖୁସି ଜାହିର କରିଛନ୍ତି।

ଧୋନୀ ଟ୍ୱିଟ କରି କହିଛନ୍ତି ଯେ, ‘ଆଇଏଏଫ୍ ପାଇଲଟଙ୍କ ହାତରେ ଆସିବା ପରେ ଏହି ଶକ୍ତିଶାଳୀ ବିମାନର କ୍ଷମତା ଅହୁରି ବଢ଼ିଯିବ। ଯୁଦ୍ଧରେ ନିଜକୁ ପ୍ରମାଣିତ କରି ସାରିଥିବା ଦୁନିଆର ସର୍ବଶ୍ରେଷ୍ଠ ୪.୫ ପୀଢ଼ୀର ଲଢୁଆ ବିମାନକୁ ମଧ୍ୟ ବିଶ୍ୱର ସର୍ବଶ୍ରେଷ୍ଠ ଲଢ଼ୁଆ ପାଇଲଟ ମିଳିଛନ୍ତି।’

ଲଢ଼ୁଆ ବିମାନକୁ ବାୟୁସେନାରେ ସାମିଲ କରିବା ପାଇଁ ଆୟୋଜିତ ହୋଇଥିବା ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ ଉପସ୍ଥିତ ଥିଲେ।