ଜୀବନ ବାଜିରେ ହାରିଗଲେ ‘ଲଭ ୟୁ ଜିନ୍ଦେଗି’ ଗୀତରେ ଝୁମୁଥିବା ଝିଅ

ନୂଆଦିଲ୍ଲୀ: ହସ୍ପିଟାଲରେ ଶାହରୁଖ ଖାନଙ୍କ ‘ଲଭ ୟୁ ଜିନ୍ଦେଗି’ ଗୀତରେ ଝୁମୁଥିବା ଝିଅ ଶେଷରେ ଜୀବନ ବାଜି ହାରିଯାଇଛନ୍ତି। କିଛିଦିନ ପୂର୍ବରୁ ସୋସିଆଲ ମିଡିଆରେ ଏହି ଝିଅର ଭିଡିଓ ଖୁବ ଭାଇରାଲ ହୋଇଥିଲା। ଝିଅଟି କରୋନା ସଂକ୍ରମିତ ଥିଲେ। ଆଉ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଡା. ମୋନିକା ଲାଙ୍ଗେହ ସେୟାର କରିଥିଲେ। ଡାକ୍ତରଙ୍କ ହିସାବରେ ହସ୍ପିଟାଳରେ ତାଙ୍କୁ ଆଇସିୟୁ ବେଡ ମିଳିନଥିଲା। ସେଥିପାଇଁ ସେ କୋଭିଡ ଏମରଜେନ୍ସୀ ବେଡରେ ଚିକିତ୍ସିତ ହେଉଥିଲେ। ଝିଅଟିର ଜୀବନ ବଞ୍ଚାଇବା ପାଇଁ ରେମଡେସିଭିର ଓ ପ୍ଲାଜମା ମଧ୍ୟ ଦିଆଯାଇଥିଲା। ପରେ ତାଙ୍କୁ ଆଇସିୟୁ ବେଡ ମଧ୍ୟ ପ୍ରଦାନ କରାଯାଇଥିଲା। ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ପରେ ମଧ୍ୟ ଝିଅଟି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଝିଅଟିର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଭିନେତା ସୋନୁ ସୁଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।