ମହାତ୍ମା ଗାନ୍ଧୀଙ୍କ ସମ୍ମାନାରେ ମୁଦ୍ରା ପ୍ରଚଳନ କରିବ ଇଂଲଣ୍ଡ

ଇଂଲଣ୍ଡ,ଏଜେନ୍ସି: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଇଂଲଣ୍ଡ ପକ୍ଷରୁ ଗୋଟାଏ ସ୍ମାରକୀ ଧାତବ ମୁଦ୍ରା ବା ‘କଏନ୍‌’ ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ସାଜିଦ୍‌ ଜାଓ୍ଵିଦ୍‌ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ ମୁଦ୍ରା ପ୍ରସ୍ତୁତ କରିବାକୁ ମୁଁ ଇଂଲଣ୍ଡ୍‌ର ରୟାଲ୍‌ ମିଣ୍ଟ୍‌କୁ କହିଛି।

ଲଣ୍ଡନରେ ବ୍ରିଟିସ୍‌ ଏସିଆନ୍‌ ସଫଳତା ପାଳନ କରିବା ନିମନ୍ତେ ଆୟୋଜିତ ଜିଜି-୨ ବାର୍ଷିକ ଉତ୍ସବରେ ଗୁରୁବାର ରାତିରେ ଏହି ଘୋଷଣା ହୋଇଛି। ଏହି ଅବସରରେ ସେ କହିଛନ୍ତି ଯେ ଆଜି ଗାନ୍ଧୀଜୀଙ୍କର ୧୫୦ତମ ଜୟନ୍ତୀ ପାଳନ କରୁଛି। ତେବେ ଗାନ୍ଧୀଜିଙ୍କୁ ସ୍ମରଣୀୟ କରିବା ପାଇଁ ଆଜି ଏହି ଅବସରରେ ଗୋଟାଏ ନୂତନ ସ୍ମାରକୀ ମୁଦ୍ରା ପ୍ରକାଶ କରିବାକୁ ମୁଁ ଇଂଲଣ୍ଡ୍‌ର ରୟାଲ୍‌ ମିଣ୍ଟ୍‌କୁ କହିଛି।

ବିଶ୍ୱକୁ ଗାନ୍ଧୀଜୀ ଯାହା ଶିକ୍ଷା ଦେଇଛନ୍ତି ଆମେ ସେ ସବୁକୁ ଭୁଲିଯିବା ଉଚିତ ନୁହେଁ ବୋଲି କହିଛନ୍ତି। ସୂଚନା ଯୋଗ୍ୟ ଯେ ଜାଓ୍ଵିଦ୍‌ ହେଉଛନ୍ତି ଜଣେ ବ୍ରିଟିସ୍‌ ପାକିସ୍ତାନୀ ବସ୍‌ ଡ୍ରାଇଭର୍‌ଙ୍କ ପୁଅ।