ରାୟପୁରରେ ପୂର୍ଣ୍ଣ ଲକଡାଉନ

ରାୟପୁର: ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଛତିଗଡ଼ର ରାୟପୁରରେ ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ଏପ୍ରିଲ ୯ ସକାଳ ୬ଟାରୁ ଆରମ୍ଭ ହେଉଥିବା ଏହି ଲକଡାଉନ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ଜିଲ୍ଲାର ସୀମାକୁ ସିଲ୍ କରାଯିବ। ମେଡିସିନ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ସକାଳ ୬ଟାରୁ ୮ଟା ଓ ସଂନ୍ଧ୍ୟା ୫ଟାରୁ ୬.୩୦ ପର୍ଯ୍ୟନ୍ତ କ୍ଷୀର ଦୋକାନ ଖୋଲା ରହିବ। କ୍ଷୀର ଦୋକାନ ସମ୍ମୁଖରେ ସାମାଜିକ ଦୂରତାକୁ ଧ୍ୟାନ ଦେବାକୁ ପଡ଼ିବ। ଏଥିସହିତ ସମସ୍ତ ଧାର୍ମିିକ, ସାଂସ୍କୃତିକ ଓ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିବ।

ସୂଚନାଯୋଗ୍ୟ, ଛତିଶଗଡ଼ରେ ଗତ ୨୪ ଘଣ୍ଟାରେ ୯, ୯୨୧ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୫୩ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ପ୍ରଥମଥର ଲାଗି ରେକର୍ଡସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସିଛି।