ଝାଡଖଣ୍ଡରେ ମେ’ ୨୭ ପର୍ଯ୍ୟନ୍ତ ବଢିଲା ଲକଡାଉନ

ରାଞ୍ଚି,ଏଜେନ୍ସି: ଝାଡଖଣ୍ଡରେ ବଢିଲା ଲକଡାଉନ ଅବଧି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତି ନେଇଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ଆସନ୍ତା ମେ’ ୨୭ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିଷ୍ପତି ହୋଇଛି।

ଏହା ପୂର୍ବରୁ ଏପ୍ରିଲ ୨୨ରେ ଲକଡାଉନ ଲାଗୁ କରାଯାଇଥିବା ବେଳେ ଆଜି ଏହା ଶେଷ ହେବାକୁ ଥିଲା। ସଂକ୍ରମଣକୁ ଲକ୍ଷ କରି ଆଉ ୨ ସପ୍ତାହ ଲକଡାଉନ ଅବଧି ବୃଦ୍ଧି ହୋଇଛି। ଏହି ସମୟରେ ଅନ୍ୟ ରାଜ୍ୟରୁ ଝାଡଖଣ୍ଡ ଆସୁଥିବା ଲୋକଙ୍କୁ ୭ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ବସ୍ ସେବାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୈଠକରେ ଏହି ନଷ୍ପତି ନିଆଯାଇଛି।