ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ୧୫୦ ଦଇତା ସେବାୟତ ନିୟୋଜିତ ରହିବା ନେଇ ଚୂଡ଼ାନ୍ତ ହେଲା ତାଲିକା

ପୁରୀ,ଏନ୍ଏନ୍ଏସ୍: ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ନିୟୋଜିତ ରହିବେ ୧୫୦ ଦଇତା ସେବାୟତ। ଏନେଇ ଦଇତାପତି ନିଯୋଗର ତାଲିକା ଚୂଡ଼ାନ୍ତ ହୋଇଛି।
ଏହାକୁ ପ୍ରଶାସନକୁ ଦିଆଯିବା ପରେ ସମସ୍ତ ଦଇତାପତି କୋଭିଡ ଟେଷ୍ଟ କରି ସଙ୍ଗରୋଧରେ ରହିବାକୁ ନିଷ୍ପତ୍ତି ନିଆଯାଇଛି। ଦଇତାପତିଙ୍କ ଛଡ଼ା ଅନ୍ୟ ୧୦ଟି ନିଯୋଗର ମଧ୍ୟ ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

ଶ୍ରୀଜଗନ୍ନାଥଙ୍କ ସେବାରେ ୬୦, ଶ୍ରୀବଳଭଦ୍ରଙ୍କ ସେବାରେ ୫୦, ଦେବୀ ସୁଭଦ୍ରାଙ୍କ ନୀତିରେ ୩୦ ଜଣ ଓ ଶ୍ରୀସୁଦର୍ଶନଙ୍କ ନୀତିରେ ୧୦ ଜଣ ଦଇତାପତି ରହିବେ। ଆଜିଠାରୁ ନିଯୋଗମାନେ ସେମାନଙ୍କ ତାଲିକା ପ୍ରଶାସନକୁ ଦେବା ପରେ ଅନ୍ୟ ସମସ୍ତଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।