ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀକୁ ମିଳିଲା ଅନୁମତି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଲକଡାଉନ କଟକଣା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଲାଗି ଅନୁମତି ମିଳିଯାଇଛି। ନିର୍ଦ୍ଦିଷ୍ଟ କଟକଣା ସହ ଶିବ ବିବାହ ରୀତି ପାଳନ କରିବାକୁ ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି। ବିନା ସାଜସଜ୍ଜା ଓ ଶୋଭାଯାତ୍ରାରେ ଏଥର ଶିବ ବିବାହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେବାୟତମାନଙ୍କ ପାଇଁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି।