୨୨ରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ‘ତାଉତେ’ ପରେ ଏବେ ଆଉ ଏକ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି। ଏସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ୨୨ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଶାନ୍ତ ରହିବ। ୨୩ ଓ ୨୪ ତାରିଖରେ ସମୁଦ୍ରରେ ପବନ ୬୦ରୁ ୭୦କିମି ରହିବ। ୨୧ରୁ ୨୪ ତାରିଖ ଯାଏ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଯିବାକୁ ମନା କରାଯାଇଛି। ୨୪ରୁ ଉତ୍ତର, ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗରକୁ ନଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ୨୨ ତାରିଖରେ ବାତ୍ୟା ନେଇ ସଠିକ ଆକଳନ କରାଯାଇପାରିବ ବୋଲି ସୂଚନା ମିଳିଛି।