ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ମେଡିକାଲ କୋଭିଡ ୱାର୍ଡ ତଳ ମହଲାରେ ଥିବା ଡିଜି ରୁମରେ ନିଆଁ ଲାଗିଛି। ବିଦ୍ୟୁତ ସର୍ଟସର୍କିଟ ହୋଇ ଡିଜି ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଥିବା ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଜିଲ୍ଲାପାଳ ଓ ଏସପି ପହଂଚିଛନ୍ତି। ଅଗ୍ନିକାଣ୍ଡ ଯୋଗୁ କାହାର କିଛି ବିଶେଷ କ୍ଷତି ହୋଇନଥିବା ଜଣାପଡ଼ିଛି।