ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅଙ୍କ ଦେହାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ର ଆଉ ନାହାନ୍ତି। ଯଶୋବନ୍ତ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ଗତକାଲି ସାନ ଭାଇ କ୍ରିକେଟର ପ୍ରଶାନ୍ତ ମହାପାତ୍ର ମଧ୍ୟ କରୋନା ଯୋଗୁ ପ୍ରାଣ ହରାଇଥିଲେ। ୧୨ ଦିନ ତଳେ ପିତା ରଘୁନାଥ ମହାପାତ୍ରଙ୍କ ମୃତ୍ୟୁ ହୋଇଥିଲା।