କେସିଙ୍ଗା ଲାଇଟ ମୋଟର ଡ୍ରାଇଭର ଏସୋସିଏସନର କର୍ମକର୍ତ୍ତା ଚୟନ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଲାଇଟ ମୋଟର ଡ୍ରାଇଭର ଏସୋସିଏସନର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ କେସିଙ୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବସମ୍ମତିକ୍ରମେ ଦ୍ଵିତୀୟ ଥର ପାଇଁ ଯୁବ ଆଇନଜୀବୀ ଯୁଗଲ କିଶୋର ଦୀପଙ୍କୁ ମନୋନୀତ କରାଯାଇଛି। ସେହିପରି ସମ୍ପାଦକ ଭାବେ ଜିତେନ୍ଦ୍ର ଦାସ, ଉପସଭାପତି ଭାବେ ବୁଲୁ ନାଏକ, ସହ ସମ୍ପାଦକ ଭାବେ ଶିଶୁପାଳ ବାଗ, କୋଷାଧ୍ୟକ୍ଷ ଭାବେ ଅନୀଲ ଚାନ୍ଦବାନୀ ଓ ସହ କୋଷାଧ୍ୟକ୍ଷ ଭାବେ ପିତାମ୍ବର କୈବର୍ତ୍ତଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି। ଅଜୟ ସିକା, ଲକି ମହାନନ୍ଦ, ଭୁବନ ନାଏକ, ସଲିମ ସାହୁ ଓ ତୁଷାର ମାଝୀଙ୍କୁ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହି ସଂଘ ଆଗାମୀ ଦିନରେ ଡ୍ରାଇଭର ମାନଙ୍କ ଉନ୍ନତି, ସୁରକ୍ଷା ଓ ସମସ୍ୟା ଉପରେ କାମ କରିବେ ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି।