ନୂଆଦିଲ୍ଲୀ: ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲୋରେନ୍ସ ବିସ୍ନୋଇ ସହ ଏବିପି ନ୍ୟୁଜ ନିକଟରେ ଜେଲରୁ ଏକ ଇଣ୍ଟରଭ୍ୟୁ କରିଥିଲା । ଏହି ସମୟରେ ବଲିଉଡ ଅଭିନେତା ସଲମାନ ଖାନ କ୍ଷମା ମାଗିବା ସହ ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ ଲୋରେନ୍ସ ଧମକ ଦେଇଥିଲା । ଏଥିସହିତ ଯଥାଶୀଘ୍ର ସଲମାନଙ୍କ ଅହଙ୍କାର ଭଙ୍ଗାଯିବ ବୋଲି ମଧ୍ୟ ଲୋରେନ୍ସ ପ୍ରକାଶ କରିଥିଲା । ସେଥିପାଇଁ ମୁମ୍ବାଇ ପୁଲିସ ସଲମାନଙ୍କ ସୁରକ୍ଷାର ରିଭ୍ୟୁ କରୁଛି । ରିଭ୍ୟୁ ପରେ ସଲମାନଙ୍କ ସୁରକ୍ଷା ବଢ଼ାଯାଇପାରେ ।
ସୂଚନାଯୋଗ୍ୟ, କଳା ମୃଗ ଶିକାର ଘଟଣାକୁ ନେଇ ବିସ୍ନୋଇ ସମାଜ ସଲମାନ ଖାନଙ୍କ ଉପରେ ଖପ୍ପା ଅଛି । ଗତ ବର୍ଷ ଡିସେମ୍ବରରେ ସଲମାନଙ୍କୁ ନିଜ ସୁରକ୍ଷା ପାଇଁ ପାଖରେ ବନ୍ଧୁକ ରଖିବାର ଲାଇସେନ୍ସ ମଧ୍ୟ ମୁମ୍ବାଇ ପୁଲିସ ଜାରି କରିଥିଲା । ଲୋରେନ୍ସ ବିସ୍ନୋଇଙ୍କ ଧମକ ପରେ ନଭେମ୍ବରରେ ସଲମାନଙ୍କୁ ମହାରାଷ୍ଟ୍ର ସରକାର ଦ୍ୱାରା + କ୍ୟାଟାଗେରୀର ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇଥିଲା ।