ଆସନ୍ତା ୬ରେ ଲଘୁଚାପ

ଭୁବନେଶ୍ୱର,ଏନ୍ଏନ୍ଏନ୍: ବଙ୍ଗେପାସାଗରରେ ଆସନ୍ତା ୬ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଲଘୁଚାପ ପ୍ରଭାବ ଯୋଗୁ ୬ ଓ ୭ ତାରିଖରେ ଭଲ ବର୍ଷା ହେବ। ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଭଲ ବର୍ଷା ହେବ ବୋଲି ସୂଚନା ମିଳିଛି।