ନାସିକରେ ସରିଲା ସ୍ୱର କୋକିଳାଙ୍କ ଅସ୍ଥି ବିସର୍ଜନ

ମୁମ୍ବାଇ: ସ୍ୱର କୋକିଳା ଲତା ମଙ୍ଗେସକର ଫେବୃଆରୀ ୨୬ରେ ଇହଲୀଳା ତ୍ୟାଗ କରିଥିଲେ । ମୁମ୍ବାଇରେ ସହସ୍ର ଲୋକଙ୍କ ଭିଡ଼ରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା । ଫେବୃଆରୀ ୭ରେ ଲତା ଦିଦିଙ୍କ ଭଣଞ୍ଜା ତାଙ୍କ ଅସ୍ଥି ନେବା ପାଇଁ ଶିବାଜୀ ପାର୍କ ପହଞ୍ଚିଥିଲେ । ଏଠାରେ ସମ୍ପୂର୍ଣ୍ଣ ବିଧି ବିଧାନ ପରେ ଲତାଙ୍କ ଅସ୍ଥିକୁ ୩ଟି କଳସରେ ରଖି ଆଦିତ୍ୟନାଥଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ପୁରା ପରିବାର ଲତା ଦିଦିଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ନାସିକ ପହଂଚିଥିଲା । ଏଠାରେ ଗୋଦାବରୀ ନଦୀର ରାମକୁଣ୍ଡରେ ଅସ୍ଥି ବିସର୍ଜନ କରାଯାଇଥିଲା । ଏହି ସମୟରେ ହଜାରେ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିଲା ।