କଟକ,ଏନ୍ଏନ୍ଏସ୍: ଓଡ଼ିଶା ହାଇକୋର୍ଟର ୩ ନୂଆ ବିଚାରପତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ପ୍ରଦାନ କରିଛନ୍ତି । ସେମାନେ ହେଲେ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରହରି ଶ୍ରୀରମଣ । ଉପରୋକ୍ତ ୩ ନୂଆ ବିଚାରପତି ଖୁବଶୀଘ୍ର ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ୩ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୨୧ରେ ପହଂଚିଛି ।