କରୋନାକୁ ହରାଇଲେ ୯୫ ବର୍ଷୀୟ ଉଦୟନାଥ: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି ଗଞ୍ଜାମର ୯୫ ବର୍ଷୀୟ ଉଦୟନାଥ ଭୋଇ। ସେ ରାଜ୍ୟର ପ୍ରଥମ ସର୍ବାଧିକ ବୟସ୍କ ବ୍ୟକ୍ତି ଯିଏକି କରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି। ଉଦୟନାଥ ଜୁଲାଇ ୧୮ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ କରୋନା ଯୁଦ୍ଧରେ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମଧ୍ୟ କହିଛନ୍ତି।