Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କେରଳର ଇଡ୍ଡୁକୀରେ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କେରଳର ଇଡ୍ଡୁକୀରେ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ଥିରୁବନନ୍ତପୁରମ,ଏଜେନ୍ସି : କେରଳର ଇଡୁକ୍କି ଜିଲ୍ଲା ରାଜମାଲାରେ ଭୂସ୍ଖଳନ ଘଟିବା ଫଳରେ ଅନ୍ୟୁନ ୧୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ଉଦ୍ଧାରକାରୀ ଟିମ୍ ଏବେ ସୁଦ୍ଧା ୧୦ ଜଣଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ତେବେ ୭୦ରୁ ଅଧିକ ଲୋକ ମାଟିରେ ପୋତି ହୋଇଥିବାର ଆଶଙ୍କା କରାଯାଉଛି। ଭୂସ୍ଖଳନରେ ଘରଦ୍ୱାର ଓ ଲୋକଙ୍କୁ ହରାଇଥିବା ପରିବାର ମଧ୍ୟରେ କାନ୍ଦବୋବାଳି ପଡ଼ିଯାଇଛି। ପର୍ଯ୍ୟଟନ ଇଲାକା ମୁନ୍ନାରଠାରୁ ୨୫ କିମି ଦୂରରେ ଏହି ଦୁର୍ଘଟଣା ଘଟିଛି। ଗତ ଚାରିଦିନ ଧରି କେରଳରେ ମୂଷଳଧାରାରେ ବର୍ଷା ହେବା ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଉଭୟ ସହର ଓ ଗ୍ରାମାଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ସହରର ମୁଖ୍ୟ ଓ ଗଳିରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଛି। ସବୁଠାରୁ ଦୁଃଖର ବିଷୟ ହେଉଛି, ବର୍ଷାଜଳ ସହରର ନାଳନର୍ଦ୍ଦମା ଉପର ଦେଇ ପ୍ରବାହିତ ହେବା ଫଳରେ ବସ୍ତିବାସିନ୍ଦାଙ୍କୁ ନାହିିଁ ନଥିବା ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି। ଭୂସ୍ଖଳନ ଘଟିଥିବା ସ୍ଥାନରେ ଚା’ ବଗିଚାରେ କାମ କରୁଥିବା ଲୋକଙ୍କ ବସ୍ତି ଥିଲା। ମାଟି ଧସିବା ଫଳରେ ସମ୍ପୂର୍ଣ୍ଣ ବସ୍ତି ଏକପ୍ରକାର ପୋତି ହୋଇଯାଇଛି। ଘର ଆଡ଼କୁ ପାଣି କାଦୁଅ ମାଡ଼ିଯିବା ଫଳରେ ଲୋକମାନେ ଜୀବନ ବିକଳରେ ଧାଁ ଦଉଡ଼ କରିଥିଲେ। କ’ଣ ଘଟୁଛି ଜାଣିବା ବେଳକୁ ୨୦ରୁ ଅଧିକ ଘର ପୋତି ହୋଇସାରିଲାଣି। କୁହାଯାଉଛି, ଚା’ ବଗିଚାରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ତାମିଲନାଡୁବାସିନ୍ଦା। ଜନୈକ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ହଠାତ୍ କାନଫଟା ଆବାଜ ଶୁଣାଗଲା। ପରେପରେ ସବୁକିଛି ଶେଷ ହୋଇଗଲା। ଲୋକମାନେ ଜୀବନ ବିକଳରେ ଦୌଡୁଥିବା ବେଳେ ଗୋଳିଆପାଣି ତାଙ୍କ ପଛରେ ଧାଇଁଥିଲା। ଦୈବୀ ଦୁର୍ବିପାକରୁ ବର୍ତ୍ତି ଯାଇଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ଭୂସ୍ଖଳନ ସମୟରେ ସେ ତାଙ୍କ ବାପା,ମା ଓ ପତ୍ନୀଙ୍କ ସହ ଘର ଭିତରେ ଥିଲେ। ସବୁକିଛି ମାଟିକାଦୁଅରେ ପୋତି ହୋଇଗଲା। ସମ୍ପୃକ୍ତ ବ୍ୟକ୍ତିିଙ୍କ ଆଖିରେ କାଦୁଅ ପଶିଯାଇଛି। ତାଙ୍କ ମା’ଙ୍କ ଅବସ୍ଥା ଗୁରୁତର। ବାପା ଓ ପତ୍ନୀଙ୍କ ସ୍ଥିତି ସମ୍ପର୍କରେ ସେ କିଛି ଜାଣିନାହାନ୍ତି। ପ୍ରଶାସନ ଅଧିକାରୀଙ୍କ ସୂଚନା ଅନୁସାରେ ବିଗତ ଚାରିଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ରାଜମାଲା ଇଲାକାକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଭାଙ୍ଗିଗଲା। ଫଳରେ ଦୁର୍ଘଟଣା ସ୍ଥଳରେ ପହଞ୍ôଚବାକୁ ବହୁ ଅସୁବିଧା ହେଉଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୧୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ପି ବିଜୟନ ଏହି ଘଟଣାରେ ମର୍ମାହତ ହୋଇଛନ୍ତି। ରାଜସ୍ୱ ମନ୍ତ୍ରୀ କେ ଚନ୍ଦ୍ରଶେଖର କହିଛନ୍ତି ଯେ ଦୁର୍ଘଟଣାସ୍ଥଳରେ ୪ଟି ଶ୍ରମିକ କ୍ୟାମ୍ପରେ ୮୦ରୁ ଅଧିକ ଲୋକ ରହୁଥିଲେ। ଭୂସ୍ଖଳନ ସମୟରେ କ୍ୟାମ୍ପରେ କେତେଜଣ ଶ୍ରମିକ ଥିଲେ, ତାହା କହିବା ଅସମ୍ଭବ। ଖରାପ ପାଗ କାରଣରୁ ଫସିଥିବା ଲୋକଙ୍କୁ ଆକାଶମାର୍ଗରୁ ଉଦ୍ଧାର କରିବା ସମ୍ଭବପର ନୁହେଁ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବାୟନାଡ଼ ସମେତ ୫ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି।