ନୂଆଦିଲ୍ଲୀ: ଆସାମରେ ଭୂସ୍ଖଳନ ଯୋଗୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାଂଶ ମୃତକ ଦକ୍ଷିଣ ଆସାମର ବରାକ ଘାଟି କ୍ଷେତ୍ରର ୩ଟି ଭିନ୍ନ ଭିନ୍ନ ଜିଲ୍ଲାର ରହିଛନ୍ତି। ସେଥିମଧ୍ୟରୁ କଛାରରୁ ୭, ହେଲାକାଣ୍ଡରୁ ୭ ଓ କରୀମଗଞ୍ଜ ଜିଲ୍ଲାରୁୁ ୬ଜଣ ରହିଥିବା ଜଣାପଡ଼ିଛି। ଏଥିରେ ଅନେକ ଲୋକ ଆଘାତ ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାଯୋଗ୍ୟ, ଏହି କ୍ଷେତ୍ରରେ ଗତ କିଛିଦିନ ହେବ ଲଗାଣ ବର୍ଷା ହୋଇଥିଲା। ଏଥିଯୋଗୁଁ ମଙ୍ଗଳବାର ବାରିକ ଘାଟିରେ ଭୂସ୍ଖଳନ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲା ଜିଲ୍ଲା ପ୍ରଶାସନକୁ ମୃତକଙ୍କୁ ଉଦ୍ଧାର କରିବା ସହ ସୟାୟତା ରାଶି ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। ଏହି ଅଂଚଳରେ ପ୍ରତିବର୍ଷ ବର୍ଷା ଯୋଗୁ ଭୂସ୍ଖଳନ ହୋଇଥାଏ।