ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତ୍ୟାରୋପଣକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସିଙ୍ଗାପୁରରେ ଲାଲୁଙ୍କ କିଡନୀ ପ୍ରତ୍ୟାରୋପଣ ଅପରେସନ ସଫଳ ହୋଇଥିବା ନେଇ ଝିଅ ମିସା ଭାରତୀ ଓ ପୁଅ ତେଜସ୍ୱୀ ଯାଦବ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ କିଡନୀ ଦାନ କରିଛନ୍ତି । ଆଉ ଏବେ ଉଭୟ ଲାଲୁ ଓ ରୋହିଣୀ ସୁସ୍ଥ ଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଲାଲୁ ପ୍ରସାଦ ଯାଦବ ଦୀର୍ଘ ଦିନରୁ କିଡନୀ ଜନିତ ସମସ୍ୟା ଦେଇ ଗତି କରୁଥିଲେ । ଗତ କିଛିଦିନ ତଳେ କୀଡନୀ ଯାଞ୍ଚ ପାଇଁ ସିଙ୍ଗାପୁର ଯାଇଥିଲେ । ସେଠାରେ ଡାକ୍ତର କିଡନୀ ପ୍ରତ୍ୟାରୋପଣ କରିବାକୁ ପରାମର୍ଶ ଦେଇଥିଲେ। ଏହାପେର ଝିଅ ରୋହିଣୀ ଆଚାର୍ଯ୍ୟ ପିତାଙ୍କୁ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।