ଭୁବନେଶ୍ୱର,ଏନ୍ଏନ୍ଏସ୍ : ପଞ୍ଜାବ କେଶରୀ ଭାବରେ ପରିଚିତ ଭାରତର ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ତଥା ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା ମହାନ୍ ସଂଗ୍ରାମୀ ପଞ୍ଜାବ କେଶରୀ ଲାଲା ଲଜପତ୍ ରାୟଙ୍କ ଆଜି ହେଉଛି ୧୫୫ତମ ଜନ୍ମ ଜୟନ୍ତୀ। ୧୮୬୫ ମସିହା ଜାନୁଆରୀ ୨୮ ତାରିଖରେ ଲାଲା ଲାଜପତ ରାୟଙ୍କ ଜନ୍ମ ପଞ୍ଜାବର ମୋଗା ଜିଲ୍ଲା ଏକ ଅଗ୍ରୱାଲ ପରିବାରରେ ହୋଇଥିଲା। ସେ କିଛି ସମୟ ପାଇଁ ହରିୟାଣାର ରୋହତକ ଓ ହିସାର ସହରରେ ଓକିଲାତି କରିଥିଲେ। ସେ ଭାରତୀୟ ରାଷ୍ଟ୍ରିୟ କଂଗ୍ରେସ ଦଳର ଜଣେ ପ୍ରମୁଖ ନେତା ଥିଲେ। ବାଲ୍ ଗଙ୍ଗାଧର ତିଳକ ଓ ବିପିନ ଚନ୍ଦ୍ର ପାଲଙ୍କ ସହିତ ଏହି ତ୍ରିମୂର୍ତ୍ତି ଲାଲ୍-ବାଲ୍-ପାଲ୍ ଭାବରେ ପ୍ରସିଦ୍ଧ ଥିଲେ। ସେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ସହିତ ମିଶି ଆର୍ଯ୍ୟ ସମ।।ଜକୁ ପଞ୍ଜାବରେ ଲୋକପ୍ରିୟ କରାଇଥିଲେ। ଲାଲ ହଂସରାଜ ଏବଂ କଲ୍ୟାଣ ଚନ୍ଦ୍ର ଦୀକ୍ଷିତଙ୍କ ସହିତ ଦୟାନନ୍ଦ ଏନଗ୍ଲୋ ବୈଦିକ ବିଦ୍ୟାଳୟର ପ୍ରସାର କରାଇଥିଲେ।