Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କୁଲଭୂଷଣ ଯାଦବଙ୍କୁ ପାକିସ୍ତାନର କନସ୍ୟୁଲାର ଆକସେସ୍ ମିଳିଲା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କୁଲଭୂଷଣ ଯାଦବଙ୍କୁ ପାକିସ୍ତାନର କନସ୍ୟୁଲାର ଆକସେସ୍ ମିଳିଲା

ଇସ୍ଲାମାବାଦ, ୧ା୯/ଏଜେନ୍ସି : ଭାରତର ପୂର୍ବତନ ନୌସେନା ଅଧିକାରୀ କୁଲଭୂଷଣ ଯାଦବଙ୍କୁ ପାକିସ୍ତାନ ସୋମବାର କନସ୍ୟୁଲାର ଆକସେସ୍ (ଦୂତାବାସ ସ୍ତରୀୟ ସହାୟତା) ଯୋଗାଇଦେବ। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଫୈସଲ୍ ରବିବାର ଏକ ବିବୃତିରେ କହିଛନ୍ତି, ଯାଦବଙ୍କୁ ଭିଏନା ସମ୍ମିଳନୀ ଚୁକ୍ତି ଅନୁଯାୟୀ କନସ୍ୟୁଲାର ଆକସେସ୍ ଯୋଗାଇ ଦିଆଯିବ। ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ର ନିର୍ଦ୍ଦେଶ ଏବଂ ପାକିସ୍ତାନର ଆଇନ ଅନୁଯାୟୀ ଏହା ଯୋଗାଇ ଦିଆଯିବ। ଭାରତ ଗତ ୩୦ରେ ପାକିସ୍ତାନକୁ ସ୍ପଷ୍ଟ ଜଣାଇ ଦେଇଥିଲା ଯେ, କୁଲଭୂଷଣ ଯାଦବଙ୍କ ଲାଗି ତୁରନ୍ତ ଅବାଧ କନସ୍ୟୁଲାର ଆକସେସ୍ ଦରକାର।
ଏଥିପୂର୍ବରୁ ପାକିସ୍ତାନ ସରକାର ଆଇସିଜେଙ୍କ ଫୈସଲାର ୧୧ ଦିନ ପରେ ଯାଦବଙ୍କୁ ସସର୍ତ୍ତ କନସ୍ୟୁଲାର ଆକ୍ସେସ୍ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷୀରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଥିଲେ ଆଇସିଜେ ନିର୍ଦ୍ଦେଶ ମୁତାବକ ଆମେ ଯାଦବଙ୍କ ଅବାଧ କନ୍ସ୍ୟୁଲାର ଆକସେସ୍ ଚାହୁଁଛୁ। ଏଥିପାଇଁ ଆମେ ପାକିସ୍ତାନର ଉତ୍ତରକୁ ଅପେକ୍ଷା କରିଛୁ। ଉଲ୍ଲେଖଯୋଗ୍ୟ, ଯାଦବଙ୍କୁ ଗୁପ୍ତଚର ବୃତ୍ତି ଓ ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ପାକ୍ ସାମରିକ ଅଦାଲତ ଫାଶୀ ଦଣ୍ଡାଦେଶ ଦେବା ପରେ ଭାରତ ଏହା ବିରୋଧରେ ଆଇସେଜେରେ ଅପିଲ୍ କରିଥିଲା। ଆଇସିଜେ ଗତ ଜୁଲାଇ ୨୧ରେ ଭାରତ ସପକ୍ଷରେ ରାୟ ଦେଇ କୁଲଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ। ଆଇସିଜେର ୧୬ ଜଣ ବିଚାରପତି ୧୫-୧ ବହୁମତରେ କୁଲଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ। ଗତ ମାସରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା, ଯାଦବଙ୍କୁ କନ୍ସ୍ୟୁଲାର ଆକସେସ୍ ଦିଆଯିବ। ମାତ୍ର ଯାଦବଙ୍କୁ ଭାରତୀୟ ଅଧିକାରୀ ଭେଟିବା ସମୟରେ ସେଠାରେ ପାକ୍ ଅଧିକାରୀ ଉପସ୍ଥିତ ରହିବେ ବୋଲି ପାକିସ୍ତାନ ସର୍ତ୍ତ ରଖିବାରୁ ଭାରତ ଏଥିରେ ଅମଙ୍ଗ ହୋଇଥିଲା। କନ୍ସ୍ୟୁଲାର ଆକସେସ୍ ଅବାଧ ହେବା ଉଚିତ ବୋଲି ଦର୍ଶାଇ ଭାରତ ପାକିସ୍ତାନର ପ୍ରସ୍ତାବକୁ ସେତେବେଳେ ଅଗ୍ରାହ୍ୟ କରିଥିଲା। ଏବେ ପାକିସ୍ତାନ ପୁଣି କନସ୍ୟୁଲାର ଆକସେସ୍ ଯୋଗାଇଦେବାକୁ ଯାଉଛି।