କିନ୍ନରଙ୍କୁ ମିଳିଲା ଅଧିକାର, ଏବେ ମହିଳାଙ୍କ ଆସନରେ ଲଢିପାରିବେ ନିର୍ବାଚନ

ମୁମ୍ବାଇ,ଏଜେନ୍ସି: ଭାରତବର୍ଷରେ ସବୁବର୍ଗର ଲୋକମାନଙ୍କୁ ସମାନ ଅଧିକାର ମିଳୁଥିବା ବେଳେ ଏବେ କିନ୍ନରମାନେ ମଧ୍ୟ ମହିଳାଙ୍କ ପାଇଁ ରହିଥିବା ସ୍ଥାନ ରେ ନିର୍ବାଚନ ଲଢିପାରିବେ। ଏଥିପାଇଁ ବମ୍ବେ ହାଇକୋର୍ଟର ଔରଙ୍ଗବାଦ ପୀଠ ଅନୁମତି ଦେଇଛନ୍ତି।

ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷିତ ଆସନରେ ପ୍ରତିଯୋଗିତା କରିବା ପାଇଁ ଅନୁମତି ଦେବାକୁ ନିବେଦନ ପୂର୍ବକ ଜଣେ କିନ୍ନର ଅଞ୍ଜଳି ଗୁରୁ ସଞ୍ଜନା ଜାନ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀ ଯଦି ନିଜର ଲିଙ୍ଗଗତ ପରିଚୟ ସମ୍ପର୍କରେ ନିଷ୍ପତ୍ତି ନେଇ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛୁକ ତେବେ ଏଥିପାଇଁ ତାଙ୍କୁ ଅନୁମତି ଦେବାରେ କୌଣସି ବାଧା ନାହିଁ ବୋଲି ବିଚାରପତି ରବୀନ୍ଦ୍ର ଘୁଗେ ମତ ଦେଇଛନ୍ତି।

ଆବେଦନକାରୀ ଆବଶ୍ୟକ ସ୍ଥଳେ ପୁଲିଙ୍ଗ ପରିବେର୍ତ୍ତ ସ୍ତ୍ରୀଲିଙ୍ଗକୁ ଅଗ୍ରାଧିକାର ଦେଉଥିବାରୁ ତାଙ୍କୁ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଆସନରେ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ଦିଆଯିବାରେ ଅସୁବିଧା ନାହିଁ ବୋଲି ବିଚାରପତି କହିଛନ୍ତି।