ନୂଆଦିଲ୍ଲୀ: ଋଷ ଗସ୍ତରେ ଥିବା ଉତ୍ତର କୋରିୟା ନେତା କିମ ଜଙ୍ଗ ଆମେରିକା ଓ ୟୁକ୍ରେନ ସମେତ ଅନ୍ୟ ପଶ୍ଚିମୀ ଦେଶର ସମସ୍ତ ଟିକନିକ ଖବର ରଖିଛନ୍ତି । ଏହିକ୍ରମେ କିମ ଜଙ୍ଗ ହଠାତ୍ ଋଷର ଲଢ଼ୁଆ ବିମାନ ନିର୍ମାଣ କରୁଥିବା ଫ୍ୟାକ୍ଟ୍ରି ପହଞ୍ଚିଛନ୍ତି । ସେଥିପାଇଁ ଋଷ ଓ ଉତ୍ତର କୋରିଆ ମଧ୍ୟରେ କେଉଁ ଚୁକ୍ତି ହେବ ସେନେଇ ଚର୍ଚ୍ଚା ଜୋର ଧରିଛି । ଏହାପୂର୍ବରୁ ଋଷ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଉତ୍ତର କୋରିଆ ଯାତ୍ରା ସମୟରେ ସେଠାକାର ମିସାଇଲ ଓ ହଥିୟାର ବନାଉଥିବା କମ୍ପାନୀ ଗସ୍ତ କରିଥିଲେ । ଆଉ ଏବେ କିମ ଋଷୀୟ ଫ୍ୟାକ୍ଟ୍ରି ଗସ୍ତ କରୁଛନ୍ତି ।
ସୂଚନାଯୋଗ୍ୟ, କିମଙ୍କ ଋଷ ଯାତ୍ରାକୁ ନେଇ ଆମେରିକା ଓ ଅନ୍ୟ ଦେଶ ଉତ୍ତର କୋରିଆ ଓ ଋଷକୁ ଚେତାବନୀ ଦେଇଛନ୍ତି । ହଥିୟାର ହସ୍ତାନ୍ତର ନକରିବାକୁ କହିଛନ୍ତି ।