ଧଳା ଜହରର ପେଣ୍ଠସ୍ଥଳୀ ପାଲଟିଛି ଖୋର୍ଦ୍ଧା, ଆଜି ପୁଣି ୩୨୦ ଗ୍ରାମ୍ ବ୍ରାଉନସୁଗର ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଧଳା ଜହରର ପେଣ୍ଠସ୍ଥଳୀ ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଆଜି ପୁଣି ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ଜଙ୍କିଆରୁ ୩୨୦ ଗ୍ରାମ୍ ବ୍ରାଉନସୁଗର ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆଣି ଜଙ୍କିଆରେ ଡିଲ ବେଳେ ଡିଲରକୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗରର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଗିରଫ ଯୁବକ ଜଣଙ୍କ ଖୋର୍ଦ୍ଧା ଅଞ୍ଚଳର ଅକ୍ଷୟ ବଳିୟାରସିଂ ବୋଲି ଜଣାପଡ଼ିଛି। ଅକ୍ଷୟଠାରୁ ୮୦ ଗ୍ରାମ୍ ସୁନା ମଧ୍ୟ ଜବତ ହୋଇଛି।

ଏହାକୁ ମିଶାଇ ରାଜ୍ୟରେ ଚଳିତ ବର୍ଷ ଏସଟିଏଫ ଏଯାଏଁ ୨୩ କେଜି ୫୯୩ ଗ୍ରାମ ବ୍ରାଉନସୁଗର ଜବତ କରିସାରିଲାଣି। ବର୍ତ୍ତମାନ ସୁଦ୍ଧା ୨୬ଟି କେସ୍ ରୁଜୁ ହେବା ସହ ୫୦ ଜଣ ଡ୍ରଗ ପେଡଲରଙ୍କୁ ଗିରଫ କରିଛି ଏସଟିଏଫ।