ଇତିହାସ ରଚିଲା ‘କେଜିଏଫ୍ ଚେପ୍ଟର-୨’

ମୁମ୍ବାଇ: ‘କେଜିଏଫ୍ ଚେପ୍ଟର-୨’ ବକ୍ସ ଅଫିସରେ ଜବରଦସ୍ତ ଶୁଭାରମ୍ଭ କରି ଇତିହାସ ରଚିଛି । ଫିଲ୍ମକୁ ସମୀକ୍ଷକ ଓ ଦର୍ଶକ ଭୂରି ଭୂରି ପ୍ରଶଂସା କରିଛନ୍ତି । ଫିଲ୍ମଟି ହିନ୍ଦୀରେ ସବୁଠୁ ବଡ଼ ଅପନିଂ କରିଥିବା ଫିଲ୍ମ ମଧ୍ୟ ହୋଇଯାଇଛି । ଫିଲ୍ମଟି ପ୍ରଥମ ଦିନରେ ୫୩.୯୬ କୋଟି ଟଙ୍କା ବ୍ୟବସାୟ କରିଥିବା ଜରାପଡ଼ିଛି । ଏଥିସହିତ ସମଗ୍ର ଭାରତରେ ଫିଲ୍ମଟି ପ୍ରଥମ ଦିନରେ୧୩୪. ୫ କୋଟି ଟଙ୍କା ରୋଜଗାର କରି କୀର୍ତ୍ତିମାନ ସ୍ଥାପିତ କରିଛି ।

ସୂଚନାଯୋଗ୍ୟ, ‘କେଜିଏଫ୍ ଚେପ୍ଟର-୨’ ଏପ୍ରିଲ ୧୪ରେ ୫ଟି ଭାଷାରେ ସିନେମା ଘରେ ରିଲିଜ ହୋଇଛି । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଫିଲ୍ମରେ ୟଶ, ପ୍ରକାଶ ରାଜ, ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ ଓ ଶ୍ରୀନିଧି ସେଟ୍ଟୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।