କେଜିଏଫ୍ ଅଭିନେତା ମୋହନ ଜୁନେଜାଙ୍କ ଦେହାନ୍ତ

ମୁମ୍ବାଇ: ‘କେଜିଏଫ୍ ଚ୍ୟାପ୍ଟର ୨’ ବକ୍ସ ଅଫିସରେ ଭଲ ବ୍ୟବସାୟ ଜାରି ରଖିଥିବା ବେଳେ ଗୋଟିଏ ଖରାପ ଖବର ସାମ୍ନାକୁ ଆସିଛି । ଫିଲ୍ମ ସହ ଜଡ଼ିତ ଅଭିନେତା ମୋହନ ଜୁନେଜାଙ୍କ ମୃତ୍ୟୁ ଘଟିଛି । ମୋହନ ଦୀର୍ଘ ଦିନରୁ ଅସୁସ୍ଥ ଥିବାବେଳେ ଆଜି ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ସୂଚନାଯୋଗ୍ୟ, ଅଭିନେତା ମୋହନ ଜୁନେଜା ଗମ୍ଭୀର ସହ ଅନେକ କମେଡି ଚରିତ୍ର ମଧ୍ୟ ନିର୍ବାହ କରିଛନ୍ତି । ‘କେଜିଏଫ୍ ଚ୍ୟାପ୍ଟର ୨’ରେ ମୋହନ ସାମ୍ବାଦିକ ଆନନ୍ଦୀଙ୍କ ଇନଫର୍ମର ଭୂମିକାରେ ନଜର ଆସିଥିଲେ । ମୋହନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଚର୍ଚ୍ଚିତ ଚେହେରା । ସେ ‘କେଜିଏଫ୍ ୧’ରେ ମଧ୍ୟ ଅଭିନୟ କରିଥିଲେ ।