ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହିକ୍ରମେ କ୍ରେଜିୱାଲ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଭେଟିବା ପରେ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ସରକାରକୁ ସୁପ୍ରିମକୋର୍ଟ ସବୁ ଶକ୍ତି ପ୍ରଦାନ କରିଥିଲେ । କିନ୍ତୁ ମୋଦୀ ସରକାର ୮ ଦିନ ପରେ ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ଆଦେଶକୁ ଓଲଟାଇ ଦେଲେ । ଆଉ ଏବେ ସେହି ଅଧ୍ୟାଦେଶକୁ ରାଜ୍ୟ ସଭାରେ ଆମେ ସମସ୍ତେ ମିଶି ଖାରଜ କରିପାରିବୁ । ଏଥିରେ ଆମକୁ ସୋରେନ ସରକାର ସମର୍ଥନ ଦେବେ । ସେଥିପାଇଁ ଦିଲ୍ଲୀବାସୀ ହେମନ୍ତ ସୋରେନ ଏବଂ ଝାଡ଼ଖଣ୍ଡ ଲୋକଙ୍କଠାରେ ଆଭାର ବ୍ୟକ୍ତ କରୁଛନ୍ତି ।
ଅନ୍ୟପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ, ଅନେକତାରେ ଏକତା ଉପରେ କେନ୍ଦ୍ର ସରକାର କଡ଼ା ପ୍ରହାର କରିଛନ୍ତି । ସଂଘୀୟ ଢାଞ୍ଚା କଥା କେନ୍ଦ୍ର ସରକାର କହିଥାନ୍ତି କିନ୍ତୁ ସେ ଏବେ ତା’ର ଠିକ୍ ବିପରୀତ କରୁଛନ୍ତି ।