ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀରେ ‘ମେକ୍ ଇଣ୍ଡିଆ ନଂ-୧’ ମିଶନକୁ ଲଞ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ତେବେ ଦିଲ୍ଲୀରେ ଆରମ୍ଭ କରିଥିବା ଏହି ମିଶନରେ ସାମିଲ ହେବା ପାଇଁ ସେ ସମସ୍ତ ଦେଶବାସୀଙ୍କୁ ମଧ୍ୟ ଆହ୍ବାନ ଦେଇଥିବା ଦେଖିବାକୁ ମିଳିଛି । ଏହି ମିଶନରେ କେଜ୍ରିୱାଲ ପ୍ରତ୍ୟେକ ପିଲାଙ୍କୁ ମାଗଣା ଶିକ୍ଷା, ସମସ୍ତଙ୍କୁ ମାଗଣା ଚିକିତ୍ସା, ଯୁବକଙ୍କୁ ରୋଜଗାର, ମହିଳାଙ୍କୁ ସମ୍ମାନ, କୃଷକଙ୍କ ପାଇଁ ଫସଲର ଉଚିତ ସହାୟକ ମୂଲ୍ୟ ଭଳି ପଦକ୍ଷେପ ନେବାକୁ ଗୁରୁତ୍ୱାରୋପ କରିଛନ୍ତି । ଦେଶକୁ ଏକ ନମ୍ବର କରିବାକୁ ହେଲେୁ ୧୩୦ କୋଟି ଦେଶବାସୀଙ୍କ ସମର୍ଥନ ଓ ସହଯୋଗ ଆବଶ୍ୟକ ବୋଲି ଏହି ଅବସରରେ କେଜ୍ରିଓ୍ବାଲ କହିଥିବା ଦେଖିବାକୁ ମିଳିଛି ।
ଏହି କାର୍ଯ୍ୟକ୍ରମ ଲଞ୍ଚ ଅବସରରେ ସେ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ପରୋକ୍ଷ ଭାବେ ବର୍ଷିଥିବା ଦେଖିବାକୁ ମିଳିଛି । ଦେଶ ସ୍ବାଧୀନତାକୁ ୭୫ ବର୍ଷ ପୂରଣ ହୋଇଛି । ୭୫ ବର୍ଷ ତଳେ ଅନେକ ଦେଶ ମଧ୍ୟ ସ୍ବାଧୀନତା ପାଇଥିଲେ । ତେବେ ସେମାନେ ଆଜି ବିକାଶ କ୍ଷେତ୍ରରେ ବହୁ ଆଗରେ । ଦେଶବାସୀଙ୍କ ମନରେ ଏହାକୁ ନେଇ କ୍ଷୋଭ ରହିଛି । କିନ୍ତୁ ଦେଶର ପ୍ରଗତିକୁ କେବଳ ନେତାଙ୍କ ହାତରେ ଛାଡି ଦେଲେ ବିକାଶ ସମ୍ଭବ ହୋଇ ପାରିବ ନାହିଁ ବୋଲି କେଜ୍ରିଓ୍ବାଲ କହିଛନ୍ତି ।
ମେକ ଇଣ୍ଡିଆ ନମ୍ବର-୦୧ ମିଶନର ମୁଖ୍ୟାଂଶ:-
ମୁକ୍ତ ଶିକ୍ଷା
ମୁକ୍ତ ସ୍ବାସ୍ଥ୍ୟ ସେବା
ଯୁବଗୋଷ୍ଠୀଙ୍କୁ ରୋଜଗାର
ମହିଳାଙ୍କୁ ସମ୍ମାନ
କୃଷକଙ୍କ ପାଇଁ କାମ