୨ ଆଇଏଏସଙ୍କ ସହ ୬ ଓଏଏସ୍ ଗଞ୍ଜାମ ପାଇଁ ନିଯୁକ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗଞ୍ଜାମରେ ଦିନକୁଦିନ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଆଉ ଏହାକୁ ଦୃଷ୍ଟିରେ ରଖି ୨ଆଇଏଏସଙ୍କ ସମେତ ୬ ଓଏଏସଙ୍କୁ ରାଜ୍ୟ ସରକାର ଗଞ୍ଜାମ ପାଇଁ  ନିଯୁକ୍ତ କରିଛନ୍ତି। ଆଇଏଏସ୍ ପାରୁଲ ପଟାୱାରୀଙ୍କୁ ଛତ୍ରପୁର ସବଡିଭିଜନ ଓ ଆଇଏଏସ ବିଶାଲ ସିଂଙ୍କୁ ଭଞ୍ଜନଗର ସବଡିଭିଜନର ସ୍ୱତନ୍ତ୍ର ଏଡିଏମ୍ ରୂପେ ନିଯୁକ୍ତି ମିଳିଛି। ସେହିପରିି ୬ଜଣ ଓଏଏସଙ୍କ ମଧ୍ୟରେ ପଦ୍ମନାଭ ବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ, ଶୁଭେନ୍ଦୁ କୁମାର ସାମଲ, ସୁଧାକର ନାୟକ ଓ ଲୋକନାଥ ବେହେରା ରହିଛନ୍ତି। କରୋନା ପରିଚାଳନା ନେଇ ଏମାନେ ସମସ୍ତେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କାମ କରିବେ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬୬ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୧୨୮ଜଣ ସୁସ୍ଥ ହୋଇଛନ୍ତି ଓ ୯୧୭ଜଣ ଚିକିତ୍ସିତ ହେଉଛନ୍ତି। ଏଥିସହିତ କରୋନାରେ ୨୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଅନ୍ୟ କାରଣ ଯୋଗୁ ହୋଇଛି।