ପ୍ରସିଦ୍ଧ କଥକ ସମ୍ରାଟ ପଣ୍ଡିତ ବିରଜୁ ମହରାଜଙ୍କ ୮୩ ବର୍ଷ ବୟସରେ ପରଲୋକ

୧୯୮୩ରେ ପଦ୍ମ ବିଭୂଷଣରେ ସମ୍ମାନିତ ବିରଜୁ ମହାରାଜ ବଲିଉଡର ଏକାଧିକ ଫିଲ୍ମରେ ଡ୍ୟାନ୍ସ କୋରିଓଗ୍ରାଫ କରିଛନ୍ତି। ଏଥିରେ ଉମରାଓ ଜାନ, ଡେଢ଼ ଇସ୍କିୟା, ବାଜିରାଓ ମସ୍ତାନୀ ଭଳି ଫିଳ୍ମ ସାମିଲ ରହିଛି। ପଦ୍ମବିଭୂଷଣ ବ୍ୟତୀତ ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଓ କାଳିଦାସ ସମ୍ମାନ ମଧ୍ୟ ମିଳଛି। ୨୦୧୨ରେ ବିଶ୍ବରୂପମ ଫିଲ୍ମରେ ନୃତ୍ୟ କୋରିଓଗ୍ରାଡ଼ ପାଇଁ ତାଙ୍କୁ ନ୍ୟାସନାଲ ଫିଲ୍ମ ପୁରାସ୍କାରରେ ସମ୍ମାନିତ କରାଯାଇଥିଲା।

ବିରଜୁଙ୍କ ପରଲୋକରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ଲୋକପ୍ରିୟ ଗାୟକ ଅଦନାମ ସାମୀ ଟୁଇଟ କରି ଲେଖିଛନ୍ତି, ମହାନ କଥକ ନର୍ତ୍ତକ ପଣ୍ଡିତ ବିରଜୁ ମହରାଜଙ୍କ ମୃତ୍ୟୁ ଖବର ଶୁଣି ମର୍ମାହତ ଅନୁଭବ କରୁଛି। ଆଜି ଆମେ କଳା ଜଗତର ଜଣେ ଅମୂଲ୍ୟ ରତ୍ନକୁ ହରାଇଛେ।