ପଦ ଛାଡ଼ିଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ଦକ୍ଷତା ବିକାଶ ଅଥରିଟିର ଅଧ୍ୟକ୍ଷ ପଦ ସୁବ୍ରତ ବାଗଚୀ ଛାଡ଼ି ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ଶ୍ରୀ ବାଗଚୀ ପଦ ଛାଡ଼ିଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଏହାସହ ତାଙ୍କ ଉପରେ ବିଶ୍ୱାସ କରିଥିବାରୁ ଶ୍ରୀ ବାଗଚୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶା ଦକ୍ଷତା ବିକାଶ ଅଥରିଟି ଅଧ୍ୟକ୍ଷ ଭାବେ ସୁବ୍ରତ ବାଗଚୀ ୭ ବର୍ଷ ଦାୟିତ୍ୱ ତୁଲାଇଛନ୍ତି ।