ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୁର୍ଘଟଣାଗ୍ରସ୍ତ କରମଣ୍ଡ ଏକ୍ସପ୍ରେସର ଲୋକୋ ପାଇଲଟ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ବୟାନ ରେକର୍ଡ କରାଯାଇଛି । ଲୋକୋ ପାଇଲଟ ଜଣକ ହେଉଛନ୍ତି ଗୁଣନିଧୀ ମହାନ୍ତି ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହେଲେ ହଜାରୀ ବେହେରା । ୨ଜଣ ଏମ୍ସରେ ଚିକିତ୍ସାଧୀନ ଥିବାବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଲୋକୋ ପାଇଲଟ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତର ହୋଇଥିବାବେଳେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଆଇସିୟୁରେ ଅଛନ୍ତି । ଏନେଇ ଦକ୍ଷିଣ. ପୂର୍ବ ରେଲୱେ ସିପିଆରଓ ଆଦିତ୍ୟ ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି ।