ଅକ୍ଷୟଙ୍କ ପରେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ଆଜି କେଦାରନାଥ ମନ୍ଦିର ପହଞ୍ଚି ବାବା ଭୋଳାନାଥଙ୍କ ଦର୍ଶନ କରିଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆ ଜରିଆରେ ସୂଚନା ପ୍ରଦାନ କରିଛନ୍ତି । କେଦାରନାଥରୁ କଙ୍ଗନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ମନ୍ଦିରରୁ ବାହାରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ କଙ୍ଗନାଙ୍କ ଆଖପାଖରେ ଭିଡ଼ ଜମି ଯାଇଥିଲା । କଙ୍ଗନାଙ୍କ ସହ ଖାନପୁର ବିଧାୟକ ଉମେଶ ଶର୍ମା ମଧ୍ୟ ନଜର ଆସିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଅଭିନେତା ଅକ୍ଷୟ କୁମାର କେଦାରନାଥରେ ଭୋଳାନାଥଙ୍କ ଦର୍ଶନ କରି ଫେରିଥିଲେ ।