ଦଶମ ପରୀକ୍ଷା ଢାଞ୍ଚା ବଦଳିବ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କରୋନା ସମୟରେ ଜାରି ହୋଇଥିବା ମାଟ୍ରିକ ପରୀକ୍ଷା ଢାଞ୍ଚା ଏବେ ବଦଳିବାକୁ ଯାଉଛି । ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ଘୋଷଣା କରିଛନ୍ତି । ପୂର୍ବ ପରି ଏବେ ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ । କରୋନା ପାଇଁ ସମେଟିଭ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏବେ ଆଉ ସମେଟିଭ ପ୍ରଥମ ଓ ଦ୍ୱିତୀୟ ପରୀକ୍ଷା ହେବନି।

କରୋନା ପରେ ପୁଣି ପୁରୁଣା ପରୀକ୍ଷା ପଦ୍ଧତି ଲାଗୁ ହେବ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ହେଉଥିବା ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ଏବେ ଲାଗୁ ହେବ । ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ୱାର୍ଟରରେ ହେବ ।