୧୫ ବର୍ଷର ସ୍ୱପ୍ନ ଭାଙ୍ଗିବାକୁ ଯାଉଛି- କଙ୍ଗନା

ମୁମ୍ବାଇ,ଏଜେନ୍ସି: ଅଭିନେତ୍ରୀ କଙ୍ଗନା ରାଣାୱତ ଏକ ଟ୍ୱିଟ୍ ସେୟାର କରି ଲେଖିଛନ୍ତି ଯେ, ମଙ୍ଗଳବାର ତାଙ୍କର ସମସ୍ତ ସ୍ୱପ୍ନ ନଷ୍ଟ ହେବାକୁ ଯାଉଛି। ସୋମବାର ବିଏମସିର କିଛି ଅଧିକାରୀ ତାଙ୍କ ମଣିକର୍ଣ୍ଣିକା ଫିଲ୍ମ ଅଫିସକୁ ଆସିଥିଲେ ଏବଂ ମଙ୍ଗଳବାର ତାକୁ ଭାଙ୍ଗିବାକୁ ଚାହୁଁଛନ୍ତି। ଉକ୍ତ ଅଫିସ୍ ଭାଙ୍ଗିଲେ ତାଙ୍କର ୧୫ ବର୍ଷର ସ୍ୱପ୍ନ ଭାଙ୍ଗିଯିବ। ସେ ଫିଲ୍ମ ନିର୍ମାତା ହେଲେ ତାଙ୍କର ନିଜସ୍ୱ ଅଫିସ୍ ଖୋଲିବାକୁ ଚାହିଁଥିଲେ। କଙ୍ଗନା ମୁମ୍ବାଇର ପାଲିହିଲସ୍ଥିତ ଏହି ବଙ୍ଗଳାକୁ ଚଳିତବର୍ଷ ଜାନୁଆରୀରେ ଅଫିସ୍ କରିବା ଉଦ୍ଦେଶ୍ୟରେ ୪୮ କୋଟି ଟଙ୍କାରେ କିଣିଥିଲେ।