ପାକିସ୍ତାନର ଟପ ଟ୍ରେଣ୍ଡ ଟୁଇଟ ଟ୍ୟାଗକୁ କଙ୍ଗନାଙ୍କ ପ୍ରଶଂସା

ନୂଆଦିଲ୍ଲୀ,ଏଜେନ୍ସି: ଅଭିନେତ୍ରୀ କଙ୍ଗନା ରାଣାୱତ ଟୁଇଟରେ ପାକିସ୍ତାନର ଟପ ଟ୍ରେଣ୍ଡ କରୁଥିବା ଟ୍ୟାଗକୁ ପ୍ରଶଂସା କରିଛନ୍ତି। ହାସଟ୍ୟାଗ ପାକିସ୍ତାନ ଷ୍ଟାଣ୍ଡସ୍ ୱିଥ୍ ଇଣ୍ଡିଆକୁ ନେଇ କଙ୍ଗନା ପ୍ରତିକ୍ରିୟା ରଖିଛନ୍ତି। ଭାରତରେ କୋଭିଡ ମହାମାରୀର ଦ୍ୱିତୀୟ ଲହରୀ ଆରମ୍ଭ ହେବା ପରେ ପଡୋଶୀ ରାଷ୍ଟ୍ର ମହାମାରୀ ବିରୋଧରେ ଭାରତ ସପକ୍ଷରେ ସମର୍ଥନ ଜଣାଇଛି। ଏହାକୁ ନେଇ କଙ୍ଗନା ଟୁଇଟ କରି କହିଛନ୍ତି କି ପାକିସ୍ତାନର ଏହି ଟପ ଟ୍ରେଣ୍ଡ କରୁଥିବା ଟ୍ୟାଗ ହୃଦୟ ଜିତି ନେଇଛି।

ଏଥିସହିତ ହାସଟ୍ୟାଗ ଭାରତ କା ବୀର ପୁତ୍ର ମୋଦୀ ଦେଶକୁ କରୋନା ଟିକା ଦେଇଛନ୍ତି, ତେଣୁ ତାଙ୍କର ଉଦାରତା ଓ ପ୍ରେମର ପ୍ରଶଂସାକୁ ଦେଖି ଖୁସି ଲାଗୁଛି। ଅମେ ମଧ୍ୟ ଏହି ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କର ସହାନୁଭୂତି ପାଇଛୁ।