Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜାରିହେବ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ସ୍ୱତନ୍ତ୍ର ନିୟମାବଳୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜାରିହେବ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ସ୍ୱତନ୍ତ୍ର ନିୟମାବଳୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ବରିଷ୍ଠ କଳାକାରମାନେ ପାଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ ହେବ । ଗୁରୁବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ବୈଠକରେ ଏହା କୁହାଯାଇଛି। ଆଜି ଯାଏଁ ସରକାର ଧାର୍ଯ୍ୟ କରିଥିବା ୫୦ହଜାର କଳାକାରଙ୍କୁ ଭତ୍ତା ପ୍ରଦାନ ଲକ୍ଷ୍ୟ ପୂରଣ ହୋଇନାହିଁ । ବାକିଥିବା ଲକ୍ଷ୍ୟ ପୂରଣ ସକାଶେ ନୂତନ ଭାବେ ବିଜ୍ଞାପନ ପ୍ରକାଶ ପାଇବ କି ନାହିଁ, ମୃତ୍ୟୁ ଘଟିଥିବା କଳାକାରଙ୍କ ସ୍ଥାନରେ କେଉଁ ପ୍ରକ୍ରିୟାରେ ନୂତନ ହିତାଧିକାରୀ ଚୟନ କରାଯିବ ସେ ନେଇ ଦ୍ୱନ୍ଦ୍ୱ ଦେଖାଦେବାକୁ ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରି ସମସ୍ତ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ଜଣାଇ ଦିଆଯିବ ବୋଲି କୁହାଯାଇଛି । ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଅଧିକ ସକ୍ରିୟ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ କହିଥିଲେ। ବିଭାଗଦ୍ୱାରା ସଂସ୍କୃତିର ସୁରକ୍ଷା ପାଇଁ ଭାଗବତ ଟୁଙ୍ଗୀ, ଲୋକକଳା ସଂଘ, ସଂସ୍କୃତି ଭବନ, ସଂଗ୍ରହାଳୟ, ପାଠାଗାର ଇତ୍ୟାଦି କାର୍ଯ୍ୟକ୍ରମମାନ ରହିଛି । ଏଗୁଡ଼ିକୁ ପରିଚାଳନା ସହ ଆଗକୁ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଏବଂ ନେତାଜୀଙ୍କ ୧୨୫ତମ ଜୟନ୍ତୀ ବର୍ଷବ୍ୟାପୀ ପାଳନ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିବାକୁ କୁହାଯାଇଥିଲା । ପରେ ଲୋକକଳା ସଂଘର ଆବର୍ତ୍ତନ ପାଣ୍ଠି ବୃଦ୍ଧି, ଲୋକକଳା ଗ୍ରାମ ସୁଦୃଢ଼ୀକରଣ, ଲୋକକଳା ଡାଟାବେସ୍ ପ୍ରସ୍ତୁତି ଉପରେ ସମୀକ୍ଷା କରାଯାଇଥିଲା । ଦେଶବିଦେଶର ଗଣମାଧ୍ୟମ ଜରିଆରେ ଆମ ଲୋକକଳାଗୁଡ଼ିକର ପ୍ରଚାରପ୍ରସାର ପାଇଁ ପ୍ରତ୍ୟେକ ଜିଲ୍ଲାର ଏକ ନିଆରା କଳାକୌଶଳ ଚୟନ କରି ସେଗୁଡ଼ିକର ସଂଗ୍ରହଣ କାର୍ଯ୍ୟ କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।
ସଂସ୍କୃତି ବିଭାଗ ସରକାରଙ୍କ ମୁଖଶାଳା । ତେଣୁ ଏ ଦିଗରେ ସମସ୍ତେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ହେବ ବୋଲି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଥିଲେ । ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ସଚିବ ଡ. ରାମକୃଷ୍ଣ ସାହୁ, ଯୁଗ୍ମ ସଚିବ ମନସ୍ୱିନୀ ସାହୁ, ଉପନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଦେବାନନ୍ଦ ବରିହା ଏବଂ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡ. ଭାଗ୍ୟଲିପି ମଲ୍ଲ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।