ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ଜାମଶେଦ ବୁର୍ଜୋର

ନୂଆଦିଲ୍ଲୀ,ଏଜେନ୍ସି: ଶପଥ ଗ୍ରହଣ କଲେ ଦୁଇ ସୁପ୍ରିମକୋର୍ଟ ନୂଆ ବିଚାରପତି। ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ଜାମଶେଦ ବୁର୍ଜୋର ପର୍ଦିୱାଲା ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଇଛନ୍ତି। ଆଜି(ସୋମବାର) ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମଣା।

ଦୁଇ ନୂଆ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ମୋଟ ମଞ୍ଜୁରି ପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୩୪ ହୋଇଛି। ଏହା ପୂର୍ବର ଗତ ବର୍ଷ ଅଗଷ୍ଟରେ ଏକା ସଙ୍ଗରେ ୯ ଜଣ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ। ୩ ଜଣ ମହିଳାଙ୍କ ସମେତ ମୋଟ ୯ ଜଣ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ। ଯାହା ଇତିହାସରେ ପ୍ରଥମ ଥିଲା।