ବ୍ୟାୟାମ କରିବା ପରେ ସାଧାରଣତଃ ସମସ୍ତେ ହାଲିଆ ହୋଇଯାଆନ୍ତି। ଶରୀରକୁ ଶକ୍ତି ପ୍ରଦାନ କରିବାକୁ ଜୁସ ପିଇଥାନ୍ତି। ଅଧିକାଂଶ ଲୋକ ଜୁସ ପିଇବା ସ୍ୱାସ୍ଥ୍ୟ ପାଇଁ ସ୍ୱାସ୍ଥ୍ୟକର ବୋଲି ଭାବି ନିଜ ଡାଏଟରେ ସାମିଲ କରନ୍ତି। ଯେହେତୁ ଜୁସ ଫଳ ଏବଂ ପନିପରିବା ରସରୁ ତିଆରି ହୁଏ ଲୋକମାନେ ଭାବନ୍ତି ଯେ ଏହା ପୁଷ୍ଟିକର ଏବଂ ଏହାକୁ ପିଇବା ହାନିକାରକ ନୁହେଁ। କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେତେକ ପରିସ୍ଥିତିରେ ଜୁସ୍ ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ଗୁରୁତର ରୋଗର ଶିକାର ହୋଇପାରେ ଏବଂ ଆପଣଙ୍କୁ ଜୁସର ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନା କରିବାକୁ ପଡିପାରେ। ସେଥିପାଇଁ ଜୁସ୍ ପିଇବା ପୂର୍ବରୁ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦେବ ଉଚିତ ଯାହା ଆପଣଙ୍କୁ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିପାରିବ।
୧- ଫଳ ରସରେ ଶର୍କରା ଏବଂ କ୍ୟାଲୋରୀ ମାତ୍ରା ରହିଥାଏ ଯାହା ଓଜନ ବୃଦ୍ଧି କରିଥାଏ। ଏପରି ପରିସ୍ଥିତିରେ ଯଦି ଆପଣ ଜୁସ ପିଉଛନ୍ତି, ତେବେ ସବୁଜ ପନିପରିବା ଜୁସ୍ ପିଅନ୍ତୁ। ଏହା ପିତା ନିଶ୍ଚୟ ଲାଗିପାରେ କିନ୍ତୁ ଫଳ ରସର ଚିନି ଏବଂ କ୍ୟାଲୋରୀ ଅପେକ୍ଷା ଏହା ଅଧିକ ଲାଭଦାୟକ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ପ୍ରଭାବଶାଳୀ।
୨. ଫାଇବର ମାତ୍ରା କମ ଥିବାରୁ ହୋଇଥାଏ ସମସ୍ୟା –
କମଳା ବା ଅରେଞ୍ଜ ଜୁସରେ ଭିଟାମିନ୍ ସି ଭରପୁର୍ ମାତ୍ରାରେ ରହିଛି କିନ୍ତୁ କମଳା ଖାଇବା ଦ୍ୱାରା ଅଧିକ ମାତ୍ରାରେ ଭିଟାମିନ-ସି ମିଳିଥାଏ। କାରଣ ଫଳରୁ ପଲ୍ପ ଓ ଫାଇବର୍ ବାହାର କରାଯାଇଥାଏ, ଯାହା ଆପଣଙ୍କ କୋଲନକୁ ସୁସ୍ଥ ରଖିବା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ। ଜୁସ୍ ବଦଳରେ ଫଳ ଖାଇବା ଦ୍ୱାରା ହୃଦ୍ରୋଗର ଆଶଙ୍କା କମିଯାଏ ଏବଂ କୋଲେଷ୍ଟ୍ରଲ୍ ସ୍ଥର ସହିତ ରକ୍ତରେ ଶର୍କରା ସ୍ଥର ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ତେଣୁ ଜୁସ୍ ଉପରେ ନିର୍ଭର ନକରି ଫାଇବର୍ ଯୁକ୍ତ ଫଳ ଏବଂ ପନିପରିବା ଖାଇବା ଜରୁରୀ।
୩. ଔଷଧ ଖାଉଥିଲେ ହାନିକାରକ –
ଯଦି ଆପଣ କୌଣସି ରୋଗରେ ପୀଡିତ ହୋଇ ଔଷଧ ଖାଉଛନ୍ତି ତାହେଲେ କୌଣସି ଫଳ କିମ୍ବା ପନିପରିବା ଜୁସ୍ ପିଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ଏହାର କାରଣ ହେଉଛି ଔଷଧ ସହିତ ଯେକୌଣସି ପ୍ରକାରର ଜୁସ୍ ପିଇବା ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟାରେ ପୀଡିତ ହୋଇପାରନ୍ତି। ଉଦାହରଣ ସ୍ୱରୂପ, ଯଦି ଆପଣ ଅଙ୍ଗୁର ଜୁସ୍ ପିଉଛନ୍ତି ଏବଂ କୌଣସି ଔଷଧ ଖାଉଛନ୍ତି ତାହେଲେ ଆପଣଙ୍କ କୋଲେଷ୍ଟ୍ରଲ ସ୍ଥର ହ୍ରାସ ପାଇବାରେ ଲାଗେ କିମ୍ବା ରକ୍ତରେ ଔଷଧ ସ୍ଥର ମଧ୍ୟ ବଢ଼ିବାରେ ଲାଗେ ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ।
୪. ଟାଇପ–୨ ଡାଏବେଟିସ ପାଇଁ ହାନିକାରକ –
୨୦୧୯ ମସିହାରେ ସାମ୍ନାକୁ ଆସିଥିବା ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ଫଳ ଜୁସ୍ ପିଉଛନ୍ତି କିମ୍ବା ମିଠା ପାନୀୟ ସେବନ କରୁଛନ୍ତି, ସେମାନଙ୍କୁ ଟାଇପ୍ ୨ ଡାଇବେଟିସ୍ ହେବାର ସମ୍ଭାବନା ୧୬ ପ୍ରତିଶତ ଅଧିକ ଥାଏ। ଯଦି ଆପଣ ଟାଇପ-୨ ଡାଏବେଟିସରେ ପୀଡିତ ତାହେଲେ ଜୁସ୍ ପିଇବା ବଦଳରେ ଫଳ ଖାଇବା ଅଧିକ ସ୍ୱାସ୍ଥ୍ୟକର। ଫଳ ଖାଇବା ଦ୍ୱାରା ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ ଜ୍ଝ ଯଦି ପ୍ୟାକ୍ଡ ଜୁସ୍ ପିଉଛନ୍ତି ତାହେଲେ ଏହା ସେବନ କରନ୍ତୁନାହିଁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ପ୍ରମାଣିତ ହୋଇପାରେ।
୫. କିଡନୀ ଖରାପ ହୋଇପାରେ –
ଫଳ ଏବଂ ପନିପରିବା ପୋଟାସିୟମର ଉତ୍କୃଷ୍ଟ ଉତ୍ସ ଏବଂ ଏଥିରେ ଥିବା ଖଣିଜ ପଦାର୍ଥ ରକ୍ତଚାପ ନିୟନ୍ତ୍ରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିଡନୀ ଶରୀରରେ ଥିବା ଅତ୍ୟଧିକ ପୋଟାସିୟମକୁ ବାହାର କରିଥାଏ। ଯଦି ଆପଣଙ୍କର କୌଣସି କିଡନୀ ସମସ୍ୟା ଅଛି ତାହେଲେ ଜୁସ୍ ସେବନ କରିବାରୁ ଦୂରେଇ ରୁହନ୍ତୁ କାରଣ ଜୁସ ଆପଣଙ୍କ ଶରୀରରେ ପୋଟାସିୟମର ପରିମାଣକୁ ବଢାଇବା କାମ କରିଥାଏ। ଯାହାଦ୍ୱାରା ହୃଦଘାତ ଭଳି ଗମ୍ଭୀର ସମସ୍ୟା ହୋଇଥାଏ। ପୋଟାସିୟମ ଯୁକ୍ତ ଫଳ ଯେପରିକି କଦଳୀ, ଅଙ୍ଗୁର, ଆଭୋକାଡୋ, ଖଜୁରୀ, ଆମ୍ବ, ଗାଜର, କମଳା, ଡାଳିମ୍ବ ଜୁସ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ।