Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭାଗ୍ୟ ସହ ଯୁଝୁଛନ୍ତି ଜୁଆଙ୍ଗ ଆଦିବାସୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭାଗ୍ୟ ସହ ଯୁଝୁଛନ୍ତି ଜୁଆଙ୍ଗ ଆଦିବାସୀ

ବିମଳକୃଷ୍ଣ ଥମ୍ବ, ଢେଙ୍କାନାଳ

ଦୀର୍ଘ ୭୦ ବର୍ଷ ଧରି ଭାଗ୍ୟ ସହ ଯୁଝୁଛନ୍ତି ଏହି ହତଭାଗ୍ୟ ଜୁଆଙ୍ଗ ଆଦିବାସୀମାନେ। ଏହି ଆଦିମ ଅଧିବାସୀଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିଲେ ମଧ୍ୟ ଏହାର ସୁଫଳ ମିଳିନାହିଁ ସେମାନଙ୍କୁ। ଫଳରେ ବର୍ଷ ବର୍ଷ ଧରି ସେମାନେ ଭାଗ୍ୟକୁ ଆଦରି ପଡ଼ି ରହିଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାରିବାକୁ ସ୍ୱୀକାର କରିନାହାନ୍ତି ଢେଙ୍କାନାଳ ଜିଲ୍ଲା ଧୋଡ଼ାସାହି ଜୁଆଙ୍ଗ ବସ୍ତିରେ ବସବାସ କରୁଥିବା ୨୩ ପରିବାର।

ଢେଙ୍କାନାଳ ସଦର ମହକୁମାଠାରୁ ପ୍ରାୟ ୧୭ କିଲୋମିଟର ଓ ଢେଙ୍କାନାଳ ସଦର ବ୍ଲକ ସୋଗରପଶି ପଞ୍ଚାୟତ ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଅବସ୍ଥିତ ନାଠୁଆ ରାଜସ୍ୱ ଗାଁର ଧୋଡ଼ା ସାହି ହେଉଛି ଏକ ଜୁଆଙ୍ଗ ବସ୍ତି। ମୂଳ ନାଠୁଆ ଗ୍ରାମଠାରୁ ଅନତି ଦୂରରେ ଏହି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି। ନାଠୁଆରୁ ଧୋଡ଼ାସାହିକୁ ଯିବାକୁ ଏକ ରାସ୍ତା ଥିଲେ ହେଁ ଏହି ଜୁଆଙ୍ଗ ସମ୍ପ୍ରଦାୟର ଲୋକମାନଙ୍କ କାରବାର ବଣସିଂହ ଅଞ୍ଚଳରେ ହୋଇଥାଏ। ତେଲ ଲୁଣଠାରୁ ଆରମ୍ଭ କରି ନିଜର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପାଇଁ ବଣସିଂହ ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡ଼ିଥାଏ। ହେଲେ ସେମାନଙ୍କୁ ଏକ ନାଳ ଓ ଧୋଡ଼ା ଗାଡ଼ିଆ ପାର ହୋଇ ଯିବାକୁ ପଡ଼ୁଛି। ତେଣୁ ଲୋକମୁଖରେ ଏହା ଧୋଡ଼ାସାହି ଭାବେ ପରିଚିତ ବୋଲି କୁହନ୍ତି ଗ୍ରାମର ହାଡ଼ିବନ୍ଧୁ ନାଏକ।

ପାହାଡ଼ତଳି ଅଞ୍ଚଳରେ ବସବାସ କରୁଥିବା ୨୩ଟି ପରିବାରର ଲୋକସଂଖ୍ୟା ୧୨୦। ଏକଦା ସେମାନେ କେନ୍ଦୁଝରରୁ ଆସି ଢେଙ୍କାନାଳ ରାଜାଙ୍କର କାମଦାମ କରିଆସୁଥିଲେ। କାଳକ୍ରମେ ସେମାନେ ଢେଙ୍କାନାଳର ପ୍ରାୟ ସବୁ ଗାଁର ଜଙ୍ଗଲ, ପାହାଡ଼ତଳି ଅଞ୍ଚଳରେ ବସବାସ କରୁଛନ୍ତି। ଏହି ଆଦିବାସୀ ଜୁଆଙ୍ଗମାନେ ୭୦ବର୍ଷ ପୂର୍ବେ ଅଁଳା ଗ୍ରାମରୁ ଆସି ନାଠୁଆ ଗ୍ରାମ ପାଖ ଜଙ୍ଗଲରେ ବସବାସ କରି ଆସୁଛନ୍ତି ବୋଲି କୁହନ୍ତି କାଠିଆ ଦେହୁରୀ। କିନ୍ତୁ ଦୀର୍ଘଦିନ ଧରି ବସବାସ କରୁଥିବା ଜୁଆଙ୍କ ନାମରେ ଘରଡିହର ପଟ୍ଟା ହୋଇପାରିନାହିଁ ବୋଲି କୁହନ୍ତି କାଠିଆ।

ଭୋଟ ସମୟରେ ବିଭିନ୍ନ ରାଜନୈତିକ ଦଳ ନେତୃବୃନ୍ଦ ସେମାନଙ୍କୁ ଘରଡିହ ପଟ୍ଟା କରାଇଦେବା ନାମରେ ପ୍ରତାରିତ କରି ଆସୁଛନ୍ତି ବୋଲି ନିରଞ୍ଜନ ନାଏକ ଅଭିଯୋଗ କରିଛନ୍ତି। ଧୋଡ଼ାସାହିରେ ପ୍ରାୟ ୨୦/୨୨ ଜଣ ଛୋଟ ପିଲା ଅଛନ୍ତି। ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନଥିବାରୁ ପିଲାଙ୍କୁ ୧ କିଲୋମିଟରରୁ ଊଦ୍ଧ୍ୱର୍ ନାଠୁଆ ଗ୍ରାମକୁ ଯିବାକୁ ହୋଇଥାଏ। ଅଙ୍ଗନବାଡ଼ି କେନ୍ଦ୍ର ଦୂରରେ ହୋଇଥିବାରୁ ପିଲାମାନେ ବାଧ୍ୟ ହୋଇ ଜଙ୍ଗଲରେ ଲୁଚନ୍ତି ବା ଛେଳି ଚରାଇବାକୁ ଜଙ୍ଗଲକୁ ଚାଲିଯାଆନ୍ତି। ଆଉ କିଛି ପିଲା ବାଧ୍ୟ ହୋଇ ପାଠପଢ଼ା ଛାଡ଼ି ମୂଲମଜୁରି କରନ୍ତି ବୋଲି କୁହନ୍ତି ସବିତା ନାଏକ। ସବୁଠାରୁ ବିସ୍ମୟ କଥା ହେଉଛି ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଗାଁର କୌଣସି ଗୋଟିଏ ପିଲା ଦଶମ ଶ୍ରେଣୀର ଦୁଆରବନ୍ଧ ଛୁଇଁପାରିନାହାନ୍ତି ବୋଲି କୁହନ୍ତି ଡଲି ନାଏକ ଓ ପ୍ରକାଶ ନାଏକ।

ମୂଲମଜୁରି ଓ ହାଡ଼ଭଙ୍ଗା ପରିଶ୍ରମ କରି ପେଟ ଚାଖଣ୍ଡକ ପାଇଁ ସଂଗ୍ରାମ କରୁଥିବା ଏହି ସାହିର ଗରିବ ଲୋକଙ୍କର ନା’ରେ ଅଛି ଭଲ ଘର ଖଣ୍ଡେ ନା ସେମାନଙ୍କୁ ପେଟପୂରା ଖାଇବାକୁ ଆହାର ମିଳୁଛି। ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଏହିି ହତଭାଗ୍ୟ ପରିବାର ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ଚାଷବାସ, ଗୃହ ନିର୍ମାଣ ହେଉ କିମ୍ବା ରାସ୍ତାଘାଟ ନିର୍ମାଣ ତଥା ଦେଶ ଗଢ଼ି ତୋଳିବାରେ ଏହି ସମ୍ପ୍ରଦାୟର ଲୋକମାନଙ୍କ ସହଭାଗିତା ସବୁଠାରୁ ଅଧିକ। କିନ୍ତୁ ଏପର୍ଯ୍ୟନ୍ତ ସେମାନେ ସମାଜର ମୁଖ୍ୟ ସ୍ରୋତକୁ ଆସିପାରିନାହାନ୍ତି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସେମାନେ ବହୁତ ପଛରେ ରହିଛନ୍ତି।